ସରସ୍ୱତୀ ଶିଶୁ ମନ୍ଦିର ନିଉଦାନୀର ବଣଭୋଜି ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସରସ୍ୱତୀ ଶିଶୁ ମନ୍ଦିର ନିଉଦାନୀର ବଣଭୋଜି ଉତ୍ସବ ଅନୁଷ୍ଠିତ ଜୋଇଯାଇଛି। ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀ ମାନେ କୁପାରି ଶୂନ୍ୟ ମଣ୍ଡପ, ମା ଅମ୍ବିକା ଠାକୁରାଣୀ ଦର୍ଶନ, ପଢ଼ିଆରିପଲ୍ଲୀ ରେ ଥିବା ଗୋବରା ହୁଡ଼ି ମଠ ଓ ସିଦ୍ଧଗୁମ୍ଫା ଆଦି ପରିଦର୍ଶନ କରିବା ସହ ଗୋବରହୁଡ଼ି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଶୋକ କୁମାର ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଚେତନା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନାରାୟଣ ବିଶ୍ୱାଳ, ଚକ୍ରବର୍ତ୍ତୀ ପଣ୍ଡା, ନିରଞ୍ଜନ ରାଉତ, ହରମୋହନ ପଣ୍ଡା, ଅକ୍ଷୟ କୁମାର ବଳ, ଅନାଦି ଚରଣ ବିନ୍ଧାଣି, ରାଧାଶ୍ୟାମ ମଲ୍ଲିକ, ଅଲେଖ କୁମାର ରାଉତ, ନାରାୟଣ ମହାରଣା, ମୋହନ କୁମାର ମହାନ୍ତି, ବିକାଶ କୁମାର ବଳ, ରଞ୍ଜୁଲତା ମହାନ୍ତି, ମାନିନୀ ସେଠୀ, ଶରତ ରାଉତ, ରାଜ କିଶୋର ସିଂ, ସରୋଜ ରାଉତ, ସୋମନାଥ ସ୍ୱାଇଁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ହୀତୋପଦେଶ ମାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁମନ୍ଦିର ର ଗୁରୁଜୀ, ଗୁରୁମା ଓ ଅନେକ ଅଭିଭାବକ ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ