ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ କ୍ରୀଡା ଉଦ୍ଯାପିତ
ବନ୍ତ, (ଯୁଗାଦ୍ଧ ନ୍ୟୁଜ) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ପଳସାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଦୁଇ ଦିନ ଧରି ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୦ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ଥିଲା । ଏଥିରେ ୬୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କ୍ରୀଡା ପରିଚାଳନାରେ ଚିନ୍ମୟୀ ସୁଆର, ରାଧାରାଣୀ ଦାସ, ମଧୁସ୍ମିତା ନାଥ, ସସ୍ମିତା ସେନାପତି, ବାସନ୍ତୀ ବାରିକ, ଶିକ୍ଷକ ରବିନ୍ଦ୍ର ଜେନା, ଶ୍ରୀକାନ୍ତ ସାହୁ, ସୁରେନ୍ଦ୍ର ପଣ୍ଡା, ପରମାନନ୍ଦ ବେଜ, ଅକ୍ଷୟ କୁମାର ଘଡେଇ ସହଯୋଗ କରିଥିଲେ । ଉଦ୍ଯାପନୀ ଉତ୍ସବରେ ଶିକ୍ଷାବିତ୍ ହଳଧର ବାଇ ସଭାପତିତ୍ୱ କରିଥିଲେ । ଏଥିରେ ଭରସା ସଙ୍ଗଠନର ପରିଚାଳକ ସୌମ୍ୟ ରଞ୍ଜନ ମହାନ୍ତି, ବିଦ୍ୟାଳୟର ସମ୍ପାଦକ ରବିନ୍ଦ୍ର ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷକ ଦିଗମ୍ବର ସେଠୀ, ଅନାଦି ଚରଣ ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।