ସରିବାକୁ ବସିଲାଣି ବୈତରଣୀ ବ୍ୟାରେଜ ପ୍ରକଳ୍ପର କେନାଲ ନିର୍ମାଣ କାର୍ଯ୍ୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):କୋଟି କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନା କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ବୈତରଣୀ ନଦୀର ବ୍ୟାରେଜ କାମ ସରିଯିବାପରେ ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଉଦଘାଟିତ ହୋଇଯାଇଛି । ଏହି ନଦୀ ସଂଯୋଗୀ କରଣ ଯୋଜନା ଦ୍ୱାରା ବୈତରଣୀ ନଦୀର ଉଦବୁଦ ଜଳକୁ କେନାଲ ଦ୍ୱାରା ଅଣାଯାଇ ଶାଳନ୍ଦୀ ନଦୀର ବିଦ୍ୟାଧରପୁର ବ୍ୟାରେଜରେ ପକା ଯିବାର ବ୍ୟବସ୍ଥା କରାଯାଇଛି । ଏଠାରେ କେନାଲ ଦ୍ୱାରା ବିଭିନ୍ନ ଅଞ୍ଚଳକୁ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ବିଦ୍ୟାଧରପୁର ବ୍ୟାରେଜ ନିର୍ମାଣ ହେବା ପରଠାରୁ ଏହାର ପୁନଃରୁଦ୍ଧାର ହେଉ ନଥିବାରୁ ଏହା ପ୍ରାୟତ ପୋତି ହୋଇଗଲାଣି । ଫଳରେ ସାଳନ୍ଦୀ ଓ ବୈତରଣୀ ନଦୀରୁ ଆସିବାକୁ ଥିବା ଏହି ଜଳ ରହିବ କେଉଁଠି । କେନ୍ଦୁଝର ଜିଲ୍ଲା ବିଦ୍ୟାଧରପୁର ଠାରେ ୧୯୭୪ମସିହାରେ ସାଳନ୍ଦୀ ବ୍ୟାରେଜ ନିର୍ମାଣ କରାଯାଇଥିଲା । ଏହି ବ୍ୟାରେଜର ଲମ୍ବ୨୦୪.୨୨ମିଟର ହୋଇଥିବାବେଳେ ଏଥିରେ ୧୦ଟି ଗେଟ ଲଗାଯାଇଛି । ହଦଗଡ ଡ୍ୟାମରୁ ଆସୁଥିବା ଜଳକୁ ଏହି ବ୍ୟାରେଜ ଦେଇ ନଦୀ ଓ ଦୁଇଟି କେନାଲ ମାଧ୍ୟମରେ ୩୨୫୬କୁ୍ୟବିକ ମିଟର ପାଣି ନିଷ୍କାସନ ହେବାର ବ୍ୟବସ୍ଥା କରାଯାଇଥିଲା । ଗେଟ ନିକଟରେ ବଟମ ଲେବୁଲ ୩୨.୦୦ମିଟର ଥିବାବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ୪୦.୨୩ମିଟର ରହିଛି । ଏହି ବ୍ୟାରେଜରେ ଜଳ ସଂରକ୍ଷଣ କରାଯାଇ ଏହାକୁ କେନାଲ ମାଧ୍ୟମରେ ଜଳସେଚନ କରାଯାଉଥିଲା । ଲେପ୍ଟ କେନାଲ ମାଧ୍ୟମରେ ହାଟଡିହି ବ୍ଲକର ସୋସୋ, ଢ଼େଙ୍କା, ସଢ଼ା, ପନ୍ଦାଡୋ, ଜମ୍ଭୀରା, ହାଟଡିହି, ମରୈଗାଁ, ବଡରମ୍ପାସ, ଇଞ୍ଚୋଳ, ସୁଲଣ, ଆମ୍ବୋ, ସମଣା, ହାବଳେଶ୍ୱର, ଗେଡମା, ଓରାଳି, ଶାଳଣିଆଁ ଆଦି ପଞ୍ଚାୟତର ହଜାର ହଜାର ହେକ୍ଟର ଜମି ସହିତ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଶତାଧିକ ଗ୍ରାମର ଜଳସେଚିତ ହୋଇଥାଏ । ସେହିପରି ରାଇଟ କେନାଲ ଦ୍ୱାରା ହାଟଡିହି ବ୍ଲକର ପଢ଼ିଆରିପଲ୍ଲୀ, ବାଙ୍ଗୋର ପଞ୍ଚାୟତର ଅଳ୍ପକିଛି ଗ୍ରାମ ସହିତ ଭଦ୍ରକ ଓ ବାଳେଶ୍ୱର ଜିଲ୍ଲାର ହଜାର ହଜାର ହେକ୍ଟର ଜମି ଜଳସେଚିତ ହୋଇଥାଏ । କିନ୍ତୁ ଏବେ ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନାରେ ଆନନ୍ଦପୁର ବ୍ୟାରେଜ ନିକଟରୁ କେନାଲ ମାଧ୍ୟମରେ ଏହି ବିଦ୍ୟାଧରପୁର ବ୍ୟାରେଜକୁ ସଂଯୋଗ କରାଯାଇ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରାକି ବୈତରଣୀନଦୀରୁ ଯେଉଁ ଜଳ ଆସିବ ତାହା କେଉଁଠି ସଂରକ୍ଷିତ କରାଯିବ ଓ କିପରି ତାହାକୁ କେନାଲ ମାଧ୍ୟମରେ ଜଳଯୋଗାଣ କରାଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି । ବ୍ୟାରେଜଟି ୧୯୭୪ ମସିହାରୁ ନିର୍ମାଣ କରାଯାଇଥିବାବେଳେ ଏବେ ଏହା ୫ରୁ ୬ମିଟର ପୋତି ହୋଇ ଗଲାଣି । ସାଳନ୍ଦୀ ନଦୀର ଜଳଧାରଣ କ୍ଷମତା ସେତିକି ନାହିଁ । ଫଳରେ ବୈତରଣୀନଦୀ ଓ ସାଳନ୍ଦୀ ନଦୀର ଜଳ ଏକାଠି ହେଲେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇ ଏହି ବ୍ୟାରେଜ ସନ୍ନିକଟ ଗ୍ରାମ ଗୁଡିକ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି । ସେହିପରି ବ୍ୟାରେଜର ପୁରୁଣା ଗେଟ ଗୁଡିକ ଦେଇ କେବଳ ସାଳନ୍ଦୀ ନଦୀର ଜଳ ପ୍ରବାହିତ ହେବାକୁ ଥିବାବେଳେ ବୈତରଣୀ ନଦୀର ଜଳ ମିଶିବା ପରେ କିପରି ଜଳ ନିସ୍କାସନ ହେବ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନାର ଜଳ ବିଦ୍ୟାଧରପୁର ବ୍ୟାରେଜରେ ପଡିବା ପୁର୍ବରୁ ପୁର୍ବରୁ ବିଦ୍ୟାଧରପୁର ବ୍ୟାରେଜର ପୁନଃରୁଦ୍ଧାର କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ନିହାତି ଆବଶ୍ୟକ ବୋଲି ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଗୋପାଳ ପଟ୍ଟନାୟକ, ଶତୃଘ୍ନ ପାତ୍ର, ବୈଲୋଚନ ନାୟ. ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ ପ୍ରମୁଖ ଦାବି କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏଠାରେ ରିଜର୍ଭ ପାଣି କେବେ ରହେନି । ଯାହା ପାଣି ଆସିବ ତାହା କେନାଲ ଓ ନଦୀ ଦେଇ ପ୍ରବାହିତ ହୋଇଯିବ । ତେଣୁ ବୈତରଣୀ କେନାଲ ପାଣି ଆସିଲେ କିଛି ଅସୁବିଧା ଉପୁଜଯିବ ନାହିଁ ବୋଲି କହିଛନ୍ତି । ତଥାପି ଆମେ ଅଳ୍ନ କିଛିଦିନ ମଧ୍ୟରେ ବ୍ୟାରେଜ ଭିତରର ସଫା କରିବାକ୍ୁ ଉଦ୍ୟମ କରିଛୁ ଓ ଗତକିଛିଦିନ ତଳେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଓ ନାର୍ବାଡର କର୍ତ୍ତୁପକ୍ଷ ଆସି ବୁଲି ଦେଖିକରି ଯାଇଛନ୍ତି । ଯଦି ଆବଶ୍ୟକ ପଡେ ସେମାନେ ଏହାର ଡିଜାଇନ ବଦଳାଇ ପାରନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ