ସରିଲା କୁମ୍ଭାର ସାହି ଠାକୁରାଣୀ ଯାତ୍ରା : ଶାଶୁ ଘରକୁ ଫେରିଲେ ମା ଗ୍ରାମଦେବୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ସରିଲା ରାୟଗଡ଼ କୁମ୍ଭାର ସାହିର ଆରୋଧ୍ୟ ଦେବୀ ମା’ ଗ୍ରାମ ଦେବୀ ଠାକୁରାଣୀ ଯାତ୍ରା l ବାପା ଘରେ ପାଞ୍ଚଦିନର ରହଣି ପରେ ବୁଧବାର ପାରମ୍ପରିକ ରୀତିନୀତି ଅନୁସାରେ ଶାଶୁ ଘରକୁ ଏକ ପଟୁଆର ଫେରିଛନ୍ତି ମାଁ ସାହାନ୍ତାଣି l ଏ ନେଇ ମାଁ ଙ୍କ ଅସ୍ଥାୟୀ ମଣ୍ଡପକୁ  ମଝି ସାହି, ବିଶୋୟୀ ସାହି, ଓଡ଼ିଆ ସାହି, ବଢ଼େଇ ସାହି, ଗଉଡ ସାହି, ହେଣ୍ଡିଆ ସାହି ଆଦି ପ୍ରତି ସାହି ଗୁଡିକରୁ ମାଁଙ୍କୁ ପଣା ଓ ଭୋଗ ଦିଆଯାଇଥିଲା I ମାଁ ଙ୍କ ଶେଷ ଦର୍ଶନ ପାଇଁ ଅସ୍ଥାୟୀ ମଣ୍ଡପରେ ପ୍ରବଳ ଭିଡ ଜମିଥିଲା l ରୀତିନୀତି ଅନୁସାରେ ଦିନରେ ପୂଜା ସରିବା ପରେ ସନ୍ଧ୍ୟା ୭ ଟା ସମୟରେ ଆଳତି ଲାଗିଥିଲା l ରାତ୍ର ୯ ଟା ରେ ମାଁ ଙ୍କ ଘଟ ବାହାରି ପରିକ୍ରମା କରି ମଧ୍ୟରାତ୍ରରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ l ବାଜା ବାଜଣା ଓ ବାଣରେ ରାୟଗଡ଼ ଦୁଲୁକୁଥିବା ବେଳେ ଧୂପ ଓ ଦୀପ ମହକରେ ମହକି ଥିଲା l ପ୍ରତି ସାହି ଗଳିକନ୍ଦିରେ ମାଁ ଙ୍କ ଘଟ ପୂଜା ପାଇଥିଲା I ବିଭିନ୍ନ ରଙ୍ଗବେରଙ୍ଗ ର ଆଲୋକ ମାଳାରେ ସଜ୍ଜିତ ହୋଇଥିଲା ସାହି I ଏଥି ସହ ଯୁବକ ମାନଙ୍କ ବିଭିନ୍ନ ବେଶ ପଟୁଆର ଯାତ୍ରା କୁ ଅଧିକ ଆକର୍ଷିତ କରୁଥିଲା l ବୁଧବାର ସକାଳୁ ୭ ଟା ରେ ବିରାଟ ପଟୁଆରରେ ବାହାରି ନଗର ପରିକ୍ରମା ଶେଷକରି ଠାକୁରାଣୀ ଅସ୍ଥାୟୀ ମଣ୍ଡପରୁ ସ୍ଥାୟୀ ମଣ୍ଡପରେ ପହଂଚି ଥିଲେ I ସୁରକ୍ଷା ଦୃଷ୍ଟିରୁ ରାୟଗଡ଼ ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ମୁତୟନ ହୋଇ ଥିବା ବେଳେ ସୁରୁଖୁରୁରେ ଯାତ୍ରା ସମ୍ପର୍ଣ୍ଣ ହୋଇଛି I ମାଁ ଙ୍କ ଆଗମନ ନେଇ ପୁଣି ତିନି ବର୍ଷ ଅପେକ୍ଷା କରିବାକୁ ପଡ଼ିବ l ଉକ୍ତ କାର୍ଯ୍ୟକ୍ରମକୁ ପ୍ରଫୁଲ ବେହେରା, ରାଜେନ୍ଦ୍ର ବେହେରା, ଲକ୍ଷ୍ମୀକାନ୍ତ ବେହେରା, ହରେକୃଷ୍ଣ ବେହେରା, ରାଜେନ୍ଦ୍ର ମାଉଡି, ସୂର୍ଯ୍ୟ ବେହେରା, କେଦାର ବେହେରା,  ଧବଳ ବେହେରା ପ୍ରମୁଖ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ