ସରିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ : କେଉଁ ଜିଲ୍ଲାରୁ କିଏ ହେଲେ ଅଧ୍ୟକ୍ଷ ଜାଣନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆଜି ଶେଷ ହୋଇଛି। ଆଜି ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ପଦବି ପାଇଁ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ମୋଟ ୩୦ଟି ଜିଲ୍ଲାରେ ବିଜେଡିର ପ୍ରାର୍ଥୀମାନେ ଜିଲ୍ଲାପରିଷଦ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କିଏ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ । ରାଜ୍ୟର ସମସ୍ତ ଜିଲ୍ଲାରେ ବିଜେଡିର ପ୍ରାର୍ଥୀ ଅଧ୍ୟକ୍ଷ ପଦବି ହାସଲ କରିଥିବାରୁ ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, ପଞ୍ଚାୟତିରାଜ ବ୍ୟବସ୍ଥାରେ ୩୦ଟି ଜିଲ୍ଲା ପରିଷଦ ବିଜେଡିକୁ ମିଳିବା ଓଡ଼ିଶା ଇତିହାସରେ ପ୍ରଥମ। ତେଣୁ ଆମକୁ ଓଡିଶାବାସୀ ଏକ ଗୁରୁଦାୟିତ୍ୱ ଦେଇଛନ୍ତି। ଏଇ ଭଳି ଐତିହାସିକ ବିଜୟ କେବେ କାହାର ହୋଇ ନଥିଲା ଏଥି ପାଇଁ ଆମକୁ ଅଧିକ ଦାୟିତ୍ୱ ସମ୍ପର୍ଣ୍ଣ ହେବାକୁ ପଡ଼ିବ ଲୋକଙ୍କ ବିଶ୍ବାସକୁ କାଏମ ରଖି ଲୋକଙ୍କ ପାଇଁ କାମ କରିବାକୁ ହେବ ।

ଖୋର୍ଦ୍ଧା: ରୁପଶ୍ରୀରାଣୀ ଗୁମାନସିଂହ

ନୟାଗଡ଼: ଦେବାଶିଷ ପଟ୍ଟନାୟକ

ପୁରୀ: ସ୍ୱପ୍ନାରାଣୀ ସ୍ୱାଇଁ

କଟକ: କିଶୋର ଚନ୍ଦ୍ର ମିଶ୍ର

ଯାଜପୁର: ନଳିନୀପ୍ରଭା ଜେନା

କେନ୍ଦ୍ରାପଡ଼ା: ଗୀତାଞ୍ଜଳି ସେଠୀ

ଜଗତସିଂହପୁର: ମନୋଜ ଭୋଇ

ବାଲେଶ୍ୱର: ନାରାୟଣ ପ୍ରଧାନ

ଭଦ୍ରକ: ପ୍ରଫୁଲ୍ଲ ଜେନା

କେନ୍ଦୁଝର: ସାଗରିକା ସାହୁ

ମୟୂରଭଂଜ: ଭାରତୀ ହାଁସଦା

ଢେଙ୍କାନାଳ: ଅର୍ଚ୍ଚନା ପୁହାଣ

ଅନୁଗୁଳ: ବବିତା ପ୍ରଧାନ

ସମ୍ବଲପୁର: କୁମୁଦିନୀ ନାଏକ

ବରଗଡ଼: ମାନିନୀ ଭୋଇ

ଦେବଗଡ଼: କୌଶିକ କୁମାର ପ୍ରଧାନ

ଝାରସୁଗୁଡ଼ା: ତୁଳାବତୀ ମିଞ୍ଜ

ସୁନ୍ଦରଗଡ଼: କୁନ୍ତୀ ପ୍ରଧାନ

ବଲାଙ୍ଗୀର: ଦେବକୀ ସାହୁ

ସୁବର୍ଣ୍ଣପୁର: ସୁପାର ଠେଲା

କଳାହାଣ୍ଡି: ପୁଷ୍ପେନ୍ଦ୍ର କୁମାର ସିଂହଦେଓ

ନୂଆପଡ଼ା: ଡଲି ମାଝୀ

କନ୍ଧମାଳ: ନନ୍ଦିନୀ ମଳିକ

ବୌଦ୍ଧ: ପ୍ରଭାସିନୀ ଦାସ

କୋରାପୁଟ: ସସ୍ମିତା ମେଲେକା

ରାୟଗଡ଼ା: ସରସ୍ୱତୀ ମାଝୀ

ନବରଂଗପୁର: ମୋତିରାମ ନାୟକ

ମାଲକାନଗିରି: ସମାରି ଟାଙ୍ଗଲୁ

ଗଂଜାମ: ଅଞ୍ଜଳି ସ୍ୱାଇଁ

ଗଜପତି: ତିରୁପତି ରାଓ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ