ସରିଲା ତିର୍ତୋଲ ଉପନିର୍ବାଚନ ଉଵାଚ
ତିର୍ତୋଲ,(ଅଭିଷେକ ତ୍ରିପାଠୀ ): ଦଳ ଦଳ ମଧ୍ୟରେ ଟକରା ଟକରି , ପ୍ରାର୍ଥୀ ପ୍ରାର୍ଥୀ ଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥିବା ୧୫ ଦିନର ଉପାଖ୍ୟାନ ମଧ୍ୟରେ ଶେଷରେ ପୂର୍ଣ୍ଣଛେଦ ପଡିଛି l କଳ୍ପନାର ଅନ୍ତ ଘଟାଇ ଦିବଂଗତ ନେତା ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟଶଙ୍କର ଦାସ ବିଜୟର ଟିକା ପିନ୍ଧିଛନ୍ତି l ପ୍ରାର୍ଥୀ ପରାଜୟ , ବିଶ୍ୱାସ ନିବିଡ଼ତା କୁ ବିଶ୍ୱାସରେ ରଖି ନିକଟତମ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ରାଜକିଶୋର ବେହେରା ପରାଜୟ ସିନା ହୋଇଛନ୍ତି | କିନ୍ତୁ ତାଙ୍କ ମତରେ ଏ ପରାଜୟ କ୍ଷଣକ ଏବଂ ନିମିଷକ କିନ୍ତୁ ଲୋକଙ୍କ ସେବା ଚିରନ୍ତର l ତିର୍ତ୍ତୋଲ ମାଟିର ପୁଅ କହି ଲୋକଙ୍କ ପାଖରେ ପହଞ୍ଚିଥିବା କଂଗ୍ରେସର ହିମାଂଶୁ ଭୂଷଣ ମଲ୍ଲିକ ପରାଜୟକୁ ପଛରେ ପକାଇ କୁହନ୍ତି ଯେ , ଲୋକଙ୍କ ପାଇଁ ସେବା କରୁଥିଲି , ସେବା କରିବି , ତିର୍ତୋଲ ମାଟି ପାଇଁ ଥିଲି , ତିର୍ତ୍ତୋଲ ଲୋକଙ୍କ ପାଇଁ ରହିବି l ଭୋଟ ଗଣତିର ପୃଷ୍ଠାରେ ଉତ୍ଥାନ ପତନ ଚାଲୁଥିଲା ବେଳେ, ପ୍ରାର୍ଥୀ ମାନଙ୍କ ମନରେ ଲାଗୁଥିଲା ଛନକା l ନବୀନ ବାବୁଙ୍କ ନୀତି, ଆଦର୍ଶ ଓ ଭଲ ପାଇବାକୁ ପ୍ରମାଣିତ କରି ଶଙ୍ଖ ଜିନ୍ଦାବାଦ ଧ୍ୱନିରେ ପ୍ରକମ୍ପିତ ହେଉଥିବା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଶେଷରେ ଶଙ୍ଖ ଚି଼ହ୍ନର ବିଜୟ ଗାନ କରି ବିଜୟର ମୁକୁଟ ବିଜୟକୁ ପିନ୍ଧାଇଛନ୍ତି l କଂଗ୍ରେସ ନିଜର ସ୍ଥିତି ହରାଇଥିବା ବେଳେ ରେସରେ ଭାଗ ନେଇମଧ୍ୟ ପଛରେ ପଡିଛି ବିଜେପି l ୨୭ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜୟ ଶଙ୍କର ଦାସ ଟୋଟାଲ ୮୮୩୧୦ ଖଣ୍ଡ ଓ ବିଜେପିର ରାଜକିଶୋର ବେହେରା ୪୬ ୬୦୭ଖଣ୍ଡ ଓ କଂଗ୍ରେସ ୨୮ ୭୭୮ଖଣ୍ଡ ଭୋଟ ପାଇ ଥିବା ବେଳେ ବିଜେଡ଼ି ପ୍ରାର୍ଥୀ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୪୧ ୭୦୩ ଖଣ୍ଡ ଭୋଟରେ ଆଗୁଆ ରହି ବିଜେଡି ବିଜୟର ବାନା ଉଡାଇଛି l ବିଜୟଙ୍କ ବିଜୟକୁ ସ୍ୱାଗତ କରି ରଘୁନାଥପୁର, ବିରିଡି, ଓ ତିର୍ତ୍ତୋଲ ବ୍ଲକର ବିଭିନ୍ନ ପାଞ୍ଚାୟତରେ ବାଣ ଫୁଟାଇ ଅଦିନିଆ ଦୀପାବଳି ପାଳୁଥିବା ଦେଖିବାକୁ ମିଳିଛି l


