ସରିଲା ଦଶମ ବୋର୍ଡ ପରୀକ୍ଷା : ଛାତ୍ରଙ୍କ ଦ୍ଵାରା ଡିଜେ ଲଗାଇ ରାସ୍ତାରେ ଡ୍ୟାନ୍ସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗତ ଦୁଇବର୍ଷ ହେଲା ମହାମାରୀ କରୋନା ଯୋଗୁଁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଦଶମ ବୋର୍ଡ ପରୀକ୍ଷା ଅନଲାଇନ ମାଧ୍ୟମରେ ହୋଇଥିଲା । କିନ୍ତୁ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ସ୍ବାଭାବିକ ରହିଥିଲା । ଏପରିକି ଛାତ୍ରଛାତ୍ରୀମାନେ ଅପ୍ରେଲ ୨୯ ତାରିଖରେ ବିଦ୍ୟାଳୟ ମାନଙ୍କରେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଦେଇଥିଲେ । ତେବେ ଆଜି ଅନ୍ତିମ ଦିବସରେ ଛାତ୍ରଛାତ୍ରୀମାନେ ନିଜ ଶେଷ ବିଷୟବସ୍ତୁ ଉପରେ ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ସରିବା ନେଇ ଖୁସିରେ ନାଚ କରିବାରେ ମସଗୁଲ ରହିଥିଲେ ଛାତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଶିବାନନ୍ଦ ହାଇସ୍କୁଲ ଛାତ୍ରଙ୍କ ଦ୍ବାରା । ଆଜି ସକାଳେ ପରୀକ୍ଷା ସରିବା ପରେ ଛାତ୍ରମାନେ ଚାନ୍ଦା କରି ବିଜେ ଲଗାଇ ରାସ୍ତାରେ ଡିଜେ ଲଗାଇ ଗୁଆ ଘିଅରେ ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ