ସରିଲା ନାମାଙ୍କନ ପତ୍ର ଦାଖଲ
ଚମ୍ପୁଆ ର ସ୍ଵାଧୀନ ବିଧାୟକ ସନାତନ ମହାକୁଡ଼ ଙ୍କ ଅନୁଗତ ମିନାକ୍ଷୀ ମହାନ୍ତ ବି. ଜେ. ଡି ,କଂଗ୍ରେସ ଦଳ ପକ୍ଷରୁ ଯଦୁମଣି ବାରିକ ବି.ଜେ.ପି ର ମୁରଲୀ ମନୋହର ଶର୍ମା ଏବଂ ସ୍ଵାଧୀନ ୨ଜଣଙ୍କ ସମେତ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଶାୟୀ ପ୍ରାର୍ଥୀ ଭାବେ ଶ୍ରୀମନ୍ତ ତ୍ରିପାଠୀ ଟିକେଟ ରୁ ବଞ୍ଚିତ ହେବାରୁ ସ୍ଵାଧୀନ ଭାବରେ ନାମାଙ୍କନ ପତ୍ର ଚମ୍ପୁଆ ଉପଜିଲ୍ଲପାଳଙ୍କ କାର୍ୟ୍ୟାଳୟରେ ଦାଖଲ କରିଥିଲେ।
ସମସ୍ତ ପ୍ରାର୍ଥୀ ବାଣ ଫୁଟାଇ ବାଜା, ଶଙ୍ଖ ସହ ନିଜ ନିଜର ସମର୍ଥକ ମାନଙ୍କ ସହ ବିଶାଳ ଶୋଭା ଯାତ୍ରା ରେ ଆସି ନାମାଙ୍କନ କରିଥିଲେ।


