ସରିଲା ନିର୍ବାଚନ : ଏବେ ନେତାଙ୍କ ବିଶ୍ରାମ
ହିଂଜିଳିକାଟୁ, (ଶେଷଦେବ ସାହୁ): ଚଳିତ ମାସ ୧୮ ତାରିଖରେ ଓଡ଼ିଶା ରାଜ୍ୟରେଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏଥିରେ ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ରାଜ୍ୟ ମୁଖିଆଙ୍କ ଗଡ଼ ଭାବେ ପରିଚିତ ହିଂଜିଳି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ଶେଷ ହୋଉଛି । ହିଂଜିଳି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୦ ହଜାର ୨୬୫ ଭୋଟରଙ୍କ ମଧ୍ୟରୁ ୬୪.୯୧ ପ୍ରତିଶତ ମତଦାନ ହେବା ସହ ୧ ଲକ୍ଷ ୪୩ ହଜାର ୦୭୧ ଭୋଟର ମତଦାନ କରିଛନ୍ତି ।(ହିଂଜିଳିକାଟୁ ପୌରାଂଚଳରେ ୨୧ ଟି ୱାର୍ଡ଼ରେ ୨୦ହଜାର ୦୪୩ ଭୋଟରଙ୍କ ମଧ୍ୟରୁ ୧୨ ହଜାର ୭୫୨, ହିଂଜିଳି ବ୍ଳକର ୨୧ ଟି ପଂଚାୟତରେ ୯୬ ହଜାର ୩୮୯ ଭୋଟରଙ୍କ ମଧ୍ୟରୁ ୬୨ ହଜାର ୫୧୫ ଓ ଶେରଗଡ଼ ବ୍ଳକରେ ୨୨ ଟି ପଂଚାୟତରେ ୧ ଲକ୍ଷ ୩ ହଜାର ୮୩୩ ଭୋଟରଙ୍କ ମଧ୍ୟରୁ ୬୭ ହଜାର ୮୦୪ ଜଣ ଭୋଟର ମତଦାନ କରିଥିଲେ ) । କା ଭାଁ ହିଂସାକୁ ଛାଡ଼ିଦେଲେ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ପୂର୍ବରୁ ସହରାଂଚଳ ଓ ଗ୍ରାମାଂଚଳରେ ଡ଼ିଜେ ସାଉଣ୍ଡରେ ଗାଁ ଦାଣ୍ଡ ଫାଟି ପଡ଼ୁଥିବା ବେଳେ ଅ୍ଧମ ଡ଼ିଜେର କର୍କଶ ଶବ୍ଦ ଶାନ୍ତ ପଡ଼ିଛି । ଲୋକେ ଶାନ୍ତିରେ ବାହାରକୁ ବାହାରୁଛନ୍ତି ଓ ଘରେ ମଧ୍ୟ ଶାନ୍ତିରେ ରହୁଛନ୍ତି । ମାଳମାଳ କୁଜି ନେତା, ତୁଙ୍ଗ ନେତା ଓ ଦଳୀୟ ନେତାଙ୍କ ଆଉ ଦେଖା ନାହିଁ । ପୁଲିସ ବାବୁ ମାନେ ମଧ୍ୟ ଚାଲିଗଲେ । ସମସ୍ତେ ଏବେ ଆଶ୍ୱସ୍ତ ଯେ ନିର୍ବାଚନ ସରିଗଲା । ଭୋଟରଙ୍କୁ ମନେଇବା ପାଇଁ ସବୁ ଦଳର ନେତା ମାନେ ଦିନରାତି ଏକାକାର କରିଦେଇଥିଲେ । କିଏ ନବଲ ଇଂଜିନ ସରକାର ଗଢିବା କଥା କହୁଥିଲା ତ ଆଉ କିଏ ମାସିକ ହଜାର ହଜାର ଟଭ୍କା ରୋଜଗାରର କଥା କହୁଥିଲେ । ଅନ୍ୟକୁ ଆରୋପ ପ୍ରତ୍ୟାରୋପରେ ନିର୍ବାଚନ ସରିଛି । ବର୍ତମାନ ବାକି ରହିଛି ନିର୍ବାଚନ ଫଳାଫଳକୁ । ଭୋଟ ଗ୍ରହଣ ଠାରୁ ଫଳାଫଳ ପର୍ଯ୍ୟନ୍ତ ନେତା ମାନଙ୍କର ବିଶ୍ରାମର ବେଳ । ଦିନରାତି ଭୋଟରଙ୍କ ପଛରେ ଗୋଡ଼େଇ ଗୋଡ଼େଇ ହାଲିଆ ହୋଇଥିବା ନେତା ଏବେ କିଛି ଦିନ ବିଶ୍ରାମ ନେବେ । କିଏ ସହର ବାହାରକୁ ନିରୋଳାରେ କିଛି ମୁହୁର୍ତ ବିତାଇବାକୁ ଯାଇଥିବା ବେଳେ ଆଉ କିଛି ନେତା ପରିବାର ସହ ସମୟ ବିତାଉଛନ୍ତି । ତେବେ ଯେତେ ଅନ୍ୟମନସ୍କ ରହିଲେ ମଧ୍ୟ ମନ ସେଇ ଆସନ୍ତା ୨୩ ତାରିଖରେ ପ୍ରକାଶ ପାଇବାକୁ ଥିବା ନିର୍ବାଚନ ଫଳାଫଳ ପାଖେ ବୋଲି ସାଧାରଣରେ ବୋଲି ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଥାଉକି, ଚଳିତ ନିର୍ବାଚନରେ ହିଂଜିଳି ବିଧାନସଭା ଆସନରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଅସନରେ ବିଜେଡ଼ିର ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ୮ ଜଣ ନୁଆଁ ଚେହେରା । କଂଗ୍ରେସରୁ ବରିଷ୍ଟ ଆଇନଜିବୀ ତଥା ହିଞ୍ଜିଳିକାଟୁ ମାର୍ଚ୍ଚେଂଟ ଏସୋସିଏସନ ଓ ତରାତାରିଣୀ ମଜଦୁର ସଙ୍ଘର ସଭାପତି ଶମ୍ଭୁ ପାଣିଗ୍ରାହୀ, ବିଜେପିରୁ ବରିଷ୍ଟ ଆଇନଜିବୀ ତଥା ବିଜେପିର ମୁଖପାତ୍ର ତଥା ରାଜ୍ୟ ଉପସଭାପତି ପିତାମ୍ବର ଆଚାର୍ଯ୍ୟ, ବହୁଜନ ସମାଜପାର୍ଟିର ଭାସ୍କର ଚୌଧୁରୀ, ଏସୟୁସିଆଇ(ସି)ର ଡ଼ି. ତିରୁପତି ଦୋରା, ଆମ୍ବେଦକର ଜାତୀୟ କଂଗ୍ରେସର ରଂଜନ କୁମାର ଆପଟ, ସ୍ୱାଧିନ ପ୍ରୟାର୍ଥୀ ବାବୁଲା ସାହୁ, ସି. ଲକ୍ଷ୍ମୀ ଆଚାରୀ, ଓ ସୁକାନ୍ତ କିଶୋର ପଣ୍ଡା ।