ସରିଲା ନିର୍ବାଚନ ପୁଣି ଆରମ୍ଭ ହେବ ପୋଷ୍ଟର ଚିରା ଅଭିଯାନ : ଟିମ କ୍ଲିନ ସିଟି ଦ୍ୱାରା 109ତମ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ ଜାରି ରହିଛି। ଟିମ ପକ୍ଷରୁ ପ୍ରତିଥର ଭଳି ଜଣେ ନିରାଶ୍ରୟ ତଥା ଅସହାୟ ମାନସିକ ବିକୃତ ବ୍ୟକ୍ତିଙ୍କୁ ସେବା ଯୋଗାଇ ଦିଆଯାଇଛି। ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ନିକଟରେ ରାସ୍ତା କଡରେ ଜୀବନ କାଟୁଥିବା ରମେଶ ଗୌଡ଼ ଯାହାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ତାଙ୍କୁ ସଫାକରି ନୂତନ ବସ୍ତ୍ର ପରିଧାନ କରିବାକୁ ଦିଆଯାଇଥିଲା। ଏଥିରେ ଟିମର ବହୁ ସଦସ୍ୟ ସାମିଲ ହୋଇଥିଲେ। ସଦ୍ୟ ସମ୍ପନ୍ନ ହୋଇଥିବା ପୌର ନିର୍ବାଚନରେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ଭାବେ ଟିମ କ୍ଲିନ ସିଟିର ଦୁଇଜଣ ସକ୍ରିୟ ସଦସ୍ୟ ବିଜେଡିରୁ ସୁର୍ଯ୍ୟ ସୁବୁଦ୍ଧି ଓ ସ୍ୱାଧୀନ ଭାବେ ଅଶୋକ କୁମାର ଶୁକ୍ଳ ବିଜୟୀ ହୋଇଥିବାରୁ ଉଭୟଙ୍କୁ ଅଭିନନ୍ଦନ ଜଣାଯାଇଥିଲା। ପୂର୍ବରୁ ଟିମ ପକ୍ଷରୁ ରାସ୍ତାର ଉଭୟ ପର୍ଶ୍ବରୁ ପୋଷ୍ଟର ବାହାର କରି ସହରକୁ ସୁନ୍ଦର ରଖିବା କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଟିମର ଏହି ଅଭିଯାନକୁ ସବୁଠି ପ୍ରଶଂସା କରାଯାଇଥିଲା। ଏପରିକି ଖୋଦ ଗଂଜାମ ଜିଲ୍ଲାପାଳ ଏହି ଅଭିଯାନରେ ସାମିଲ ହୋଇଥିଲେ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଧ୍ୟ ପୋଷ୍ଟର ବାହାର କରାଯାଉଥିବା ସ୍ଥାନରେ ଚିତ୍ର କରି ସହରକୁ ସୁନ୍ଦର ରଖିବାରେ ସହଯୋଗ କରିଥିଲେ। ବର୍ତ୍ତମାନ ନିର୍ବାଚନ ଶେଷ ହୋଇସାରିଥିବା ବେଳେ ପୋଷ୍ଟର ଚିରା ଅଭିଯାନକୁ ପୁଣି ତ୍ୱରାନ୍ୱିତ କରିବ ଟିମ କ୍ଲିନ ସିଟି। ଏଣୁ ନିଜ ସହରର ସୁନ୍ଦରତା ରକ୍ଷା କରିବାରେ ସମସ୍ତଙ୍କୁ ସହଯୋଗର ହାତବଢାଇ ଏହି ଅଭିଯାନରେ ସକ୍ରିୟ ସାମିଲ ହେବାକୁ ସହରବାସୀଙ୍କୁ ଟିମ କ୍ଲିନ ସିଟି ପକ୍ଷରୁ ନିବେଦନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ