ସରିଲା ମକର ମେଳା, ରକ୍ତ ରଞ୍ଜିତ ନୀଳକଣ୍ଠେଶ୍ବର ପୀଠ

କଳାହାଣ୍ଡି -କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲାର ପ୍ରସିଦ୍ଧ ମକର ମେଳା ଆଜି ଉଦ୍‌ଯାପିତ ହୋଇ ଯାଇଛି । ଯାତ୍ରାର ଶେଷ ଦିନରେ ମନ୍ଦିର ପରିସରରେ ଥିବା ଚଣ୍ଡୀ ପୀଠରେ ଶତାଧିକ ପଶୁ ବଳି ଦିଆଯାଇଥିବାରୁ ରକ୍ତ ରଞ୍ଜିତ ହୋଇ ପଡ଼ିଥିଲା ଦେବୀ ପୀଠ । ଏହି ଅଞ୍ଚଳଟି ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ୧୯୫୧ ମସିହାରୁ ପାଳନ ହୋଇ ଆସୁଥିବା ମକର ମେଳାରେ ଶୈବ ଓ ଶାକ୍ତର ମିଳନ ଦେଖିବାକୁ ମିଳେ । ଶତାଧିକ ମାନସିକଧାରୀ ଏକତ୍ରିତ ହୋଇ ଦେବୀଙ୍କ ପୀଠରେ ଅଧିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହା ସହିତ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୋଦା ବଳି ଦେଇଥାନ୍ତି ମାନସିକ ଧାରୀ । ଯାହା ଫଳରେ ଶିବ ମନ୍ଦିର ପରିସରରେ ଥିବା ଚଣ୍ଡୀ ପୀଠ ରକ୍ତ ରଞ୍ଜିତ ହୋଇ ପଡେ । ଚଳିତ ମକର ମେଳାରେ ଶତାଧିକ ପଶୁଙ୍କୁ ବଳି ଦିଆଯାଇଥିବା ଦେଖିବାକୁ ମିଳିଛି । ଦେବୀଙ୍କ ଦର୍ଶନ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ