ସରିଲା ମାଟ୍ରିକ ପରୀକ୍ଷା, ୧୮ରୁ ଆରମ୍ଭ ଖାତାଦେଖା

ଭୁବନେଶ୍ୱର:ଚଳିତମାସ ୧୮ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମୋଟ ୬୧ଟି କେନ୍ଦ୍ରରେ ୧୫ ହଜାର ଶିକ୍ଷୟିତ୍ରୀ/ଶିକ୍ଷକ ଏହି ଖାତା ମୂଲ୍ୟାୟନ କରିବେ। ନୂଆ ପଦ୍ଧତିରେ ପରୀକ୍ଷା ହୋଇଥିବାରୁ ମୂଲ୍ୟାୟନରେ ସମୟ ଲାଗିବା ସହ ମୂଲ୍ୟାୟନକୁ ନିର୍ଭୁଲ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯାଇଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରକାଶ।ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃୟାରୀ ୧୯ରୁ ସମଗ୍ର ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ସୋମବାର ଶେଷ ହୋଇଛି। ଏବର୍ଷ ମୋଟ ୨୮୮୮ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୯୦୫ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ