ସରିଲା ମୌସୁମୀ ଋତୁ, ଚଳିତ ବର୍ଷ ଦେଶରେ ସବୁଠାରୁ ବେଶି ବର୍ଷା ହୋଇଛି
ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ ବିହାର ଏବଂ ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ ଜାରି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଛି ଯେ ଆଜି (୩୦ ସେପ୍ଟେମ୍ବର) ମୌସୁମୀ ଋତୁ ଶେଷ ହୋଇଛି । ତେବେ ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ଏବେ ବି ସକ୍ରିୟ ରହିଛି । ଚଳିତ ବର୍ଷ ଦେଶରେ ସବୁଠାରୁ ବେଶି ବର୍ଷା ହୋଇଛି । ଏହା ୧୯୯୪ର ରେକର୍ଡ ଭାଙ୍ଗିଛି । ଦେଶର ଅଧିକାଂଶ ଭାଗରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ଅଧିକ ରହିଛି । ପାଣିପାଗ ବିଭାଗର ୩୬ଟି ଡିଭିଜନ ମଧ୍ୟରୁ ପଶ୍ଚିମ ମଧ୍ୟ ପ୍ରଦେଶ, ସୌରାଷ୍ଟ୍ର ଏବଂ କଚ୍ଚରେ ଏଥର ସ୍ୱାଭାବିକ ଠାରୁ ଅତ୍ୟଧିକ ବୃଷ୍ଟିପାତ ହୋଇଛି । କିନ୍ତୁ ଦିଲ୍ଲୀରେ ୨୦୧୪ ପରଠାରୁ ସବୁଠାରୁ କମ୍ ବର୍ଷା ହୋଇଛି । ଏଠାରେ ୩୮ ଭାଗ କମ୍ ବୃଷ୍ଟିପାତ ହୋଇଥିବା ଜଣାପ?ିଛି ।
ସୂଚନାଯୋଗ୍ୟ ଯେ ଏଥର ମୌସୁମୀ ନିର୍ଧାରିତ ସମୟର ଏକ ସପ୍ତାହ ବିଳମ୍ବରେ ଅର୍ଥାତ୍ ଜୁନ୍ ୮ ତାରିଖରେ କେରଳରେ ପ୍ରବେଶ କରିଥିଲା । ଆରମ୍ଭରୁ ମେ?ସୁମୀ ବାୟୁ ଦୁର୍ବଳ ରହିବା କାରଣରୁ ଜୁନ ମାସରେ ସ୍ୱାଭାବିକ ଠାରୁ ୩୩ ଭାଗ କମ୍ ବର୍ଷା ହୋଇଥିଲା । ତେବେ ଜୁଲାଇ ମାସରୁ ବର୍ଷା ପରିମାଣ ବଢ଼ିବାକୁ ଲାଗିଥିଲା । ଏହି ମାସରେ ୩୩ ଭାଗ ଅଧିକ ବର୍ଷା ହୋଇଥିବା ବେଳେ ଅଗଷ୍ଟ ମାସରେ ୧୫ ଭାଗ ଅଧିକ ବର୍ଷା ହୋଇଥିଲା । ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ ବିଳମ୍ବରେ ଆସିଥିବା ମେ?ସୁମୀ ଫେରିବାରେ ମଧ୍ୟ ବିଳମ୍ବ କରୁଛି । ଏଥର ମୌସୁମୀ ଫେରିବାକୁ ଅଧିକ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।