ସରିଲା ଯାଞ୍ଚ, ୫୨ କାଉନସିଲର, ୧୦ ପୌରାଧ୍ୟକ୍ଷା ପ୍ରାର୍ଥୀନୀଙ୍କ ନାମାଙ୍କନ ପତ୍ର କାଏମ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୌର ନିର୍ବାଚନ ପରିପ୍ରେକ୍ଷୀରେ କୋଣାର୍କ ଏନଏସି କାର୍ଯ୍ୟାଳୟ ଠାରେ ୧୩ ଗୋଟି ଓ୍ବାର୍ଡ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା କାଉନସିଲର ଓ ପୌରାଧ୍ୟକ୍ଷା ପ୍ରାର୍ଥୀନୀ ମାନଙ୍କ ଯାଂଚ ପ୍ରକ୍ରିୟା ଶେଷ ହୋଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଯାଞ୍ଚ ପରେ ୫୨ଜଣ କାଉନସିଲର ଓ ୧୦ଜଣ ପୌରାଧ୍ୟକ୍ଷା ପ୍ରାର୍ଥୀନୀ ମାନଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ବେଳେ ଏନଏସି ଅନ୍ତର୍ଗତ ୧ନଂ ଓ୍ବାର୍ଡର କଂଗ୍ରେସ କାଉନସିଲର ପ୍ରାର୍ଥୀନି ମମତା ଦାସ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା କୋଣାର୍କ ଏନଏସି ନିର୍ବାଚନ ଅଧିକାରୀ ଏସକେ ସାଗିର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ