ସରିଲା ଲିଙ୍ଗରାଜ ମହୋତ୍ସବ , ମନମୁଗ୍ଧ କଲା ସୁକନ୍ୟା ଭାରତୀୟ ସାସ୍କୃତିକ ଟ୍ରଷ୍ଟ
ଭୁବନେଶ୍ୱର : ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ୬ଦିନ ଧରି ଚାଲିଥିବା ଲିଙ୍ଗରାଜ ମହୋତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି । ଶ୍ରୀଲିଙ୍ଗରାଜଙ୍କ ରଥ ମହାଖଳାରେ ଲାଗିବା ପରେ ମହାପ୍ରଭୁଙ୍କ ସମ୍ମୁଖରେ କଳାକାରମାନେ ପଦର୍ଶନ କରିଥିଲେ ନୃତ୍ୟ ନୈବେଦ୍ୟ । ସୁକନ୍ୟା ଭାରତୀୟ ସାସ୍କୃତିକ ଟ୍ରଷ୍ଟ ପକ୍ଷରୁ ପ୍ରେମାଞ୍ଜଳି ମିଶ୍ରଙ୍କ ପରିଚାଳଣା ଓ ନିର୍ଦ୍ଦେଶନାରେ ଓଡ଼ିଶୀ ମଙ୍ଗଳା ଚରଣାରେ ଶିବ ତାଣ୍ଡବ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ରିତାଞ୍ଜଳି, ରୋଜାଲିନ, ଅଭିପ୍ସା, କରିସ୍ମା, ଅଙ୍କିତାଙ୍କ ଏହି ନୃତ୍ୟରେ ଦର୍ଶକଙ୍କ ମୁନମୁଗ୍ଧ କରିଥିଲା । ପରେ ଶିବ ଭଜନରେ କୁନି କଳାକାର ସାଇଶ୍ରୀ, ରାଜସ୍ମିତା, ରାଜଲକ୍ଷ୍ମୀ, ପରିମିତା, ପ୍ରତିକ୍ଷା ଓ ସୋନି କ୍ରୀଏଟିଭ୍ ନୃତ୍ୟ ନୃତ୍ୟ ପରିବେଷଣ କରିଥିଲେ ଯାହା ଦର୍ଶକଙ୍କୁ ବାନ୍ଧି ରଖିଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୋତି କଳାମନ୍ଦିର ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି କୋଲକତାର ନୂପୁର ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ରିଏଟିଭି ନୃତ୍ୟ ପରିବେଷଣ କରାଯାଇଥିଲା । ଇଜେଡ଼୍ସିସି ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ସୂଚନା ଲେକ ସମ୍ପର୍କ ବିଭାଗ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ନିର୍ଦେଶକ ତଥା ଯୁଗ୍ମ ସଚିବ ଶୁଭେନ୍ଦୁ ନାୟକ, ଉପ ନିର୍ଦ୍ଦେଶକ ବିପିନ ବାରିକୀ, ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଉକ୍ରଳ ଟେବେଡର୍ସ ଆସୋସିଏସନ୍ର ସଭାପତି ପ୍ରାଣକୃଷ୍ଣ ନାୟକ, ପ୍ରଦ୍ୟୁମ୍ନ ମହାନ୍ତି, ସଂଗ୍ରାମ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଲିଙ୍ଗରାଜ ଥାନା ଅଧିକାରୀ, ମନ୍ଦିର କାର୍ଯ୍ୟ ନୀର୍ବାହୀ ଅଧିକାରୀ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗ, କ୍ଷେତ୍ରବାସୀ ନିଯୋଗ, ସମର୍ଥା ନିଯୋଗ, ମହାରଣା ସେବାୟତ ଗୋଷ୍ଠି, କମାର ଗୋଷ୍ଠି, ଅପାଟିଆ ସେବାୟତ ଗୋଷ୍ଠି, ସାମ୍ବାଦିକ ଲିଙ୍ଗରାଜ ସାହୁଙ୍କ ସମେତ ୭ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମର ମଂଚ ପରିଚାଳଣା କରିଥିଲେ ବାସୁଦେବ ନାଥ ଓ ଡ. ଶ୍ରୀନିବାସ ଘଟୁଆରୀ ।