ସରିଲା ସୂର୍ଯ୍ୟପରାଗ, ଆଂଶିକ ଦୃଶ୍ୟମାନ ହେଲା

ଭୁବନେଶ୍ୱର : ଓଡ଼ିଶାରେ ଆଂଶିକ ଦୃଶ୍ୟମାନ ହୋଇଛି ସୂର୍ଯ୍ୟୋପରାଗ। ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୭ ମିନିଟ ୫୫ ସେକେଣ୍ଡରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟ୍‌ ୨୫ ସେକେଣ୍ଡରେ ଶେଷ ହୋଇଛି। ଏହି ସମୟରେ ରାଜଧାନୀରେ ଆକାଶ ମେଘାଛନ୍ନ ଦେଖାଯାଉଥିବାରୁ ରାଜଧାନୀ ବାସୀ ଏହାକୁ ସଠିକ୍‌ ଭାବେ ଦେଖି ପାରି ନାହାନ୍ତି ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ। କିନ୍ତୁ ଓଡ଼ିଶାର ଅନ୍ୟ ସ୍ଥାନରେ ଏହା ପରିଲକ୍ଷିତ ହୋଇଥିଲା । ପରାଗବେଳେ ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡ଼ାଇ ଦେଇଥିଲା। ଏପଟେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ରଙ୍ଗରେ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଥିଲା। ଏହାକୁ ରଙ୍ଗିନ୍‌ ସୁର୍ଯ୍ୟୋପରାଗ ବୋଲି କେତେକ କହିଛନ୍ତି। ଏହା ପରେ ପୁଣିଥରେ ୨୦୨୦ ଡିସେମ୍ବର ୧୪ରେ ସୂର୍ଯ୍ୟୋପରାଗ ହେବ। ହେଲେ ଏହା ଓଡ଼ିଶାକୁ ଦୃଶ୍ୟ ହେବ ନାହିଁ। ସେହିପରି ଜୁଲାଇ ୫ ତାରିଖ ଓ ନଭେମ୍ବର ୩୦ରେ ମଧ୍ୟ ଉପଛାୟା ଚନ୍ଦ୍ର ଗ୍ରହଣ ହେବ। କିନ୍ତୁ ଏହା ବି ଓଡ଼ିଶାକୁ ଦୃଶ୍ୟ ହେବ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ