ସରୋଜଙ୍କ ଜାମିନ ଶୁଣାଣୀ ଆଜି
ବଲାଙ୍ଗୀର ,( ଯୁଗାବ୍ଦ ନ୍ୟୁଜ ) ନୁଆକରି ପାଟନାଗଡର ବିଧାୟକ ହୋଇଥିବା ସରୋଜ ମେହେରଙ୍କ ଆଜି ଜାମିନ ଆବେଦନର ଶୁଣାଣୀ କରାଯିବ । ଗତ ମଙ୍ଗଳବାର ଦିନ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପାଟଣାଗଡ ଡାକ୍ତରଖାମନାରେ ଭର୍ତ୍ତୀ କରାଯାଇଥିଲା । ତେବେ ସେ ସୁସ୍ଥ ଅନୁଭବ କରିବାରୁ ରବିବାର ସଂଦ୍ଧ୍ୟାରେ ସେ ଡିସଚାର୍ଜ ହୋଇ ଜେଲକୁ ଫେରିଥିଲେ । ସୁଚନାଯୋଗ୍ୟ, ଗତ ୫ତାରିଖରେ ଗମ୍ଭିର ଗ୍ରାମରେ ଏକତ ରାସ୍ତା କାମ ଯାଞ୍ଚ କରୁଥିବାବେଳେ ସେଠାରେ ସାଧାରଣ ଜନତାଙ୍କ ଆଗରେ ଉକ୍ତ ରାସ୍ତା କାମ ଦ୍ୟିତ୍ୱରେ ଥିବା ଜେଇ ଜୟନ୍ତ ଶବରଙ୍କୁ କାନ ଧରି ଉଠ ହବସ କରାଇଥିଲେ ।