ସର୍କିଟ ହାଉସ ଠାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ସର୍କିଟ ହାଉସ ଠାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବି ଙ୍କୁ ଆଜି ଛତ୍ରପୁର ବିଜୁ ଜନତା ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ନିର୍ଦେଶ କ୍ରମେ ଦଳୀୟ ନେତା ଓ କର୍ମୀ ମାନେ ମନ୍ତ୍ରୀଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ l ଏହି ଅବସରରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, 19 ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, 20 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜିବାବୁ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁ, ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି କାଳିଆ ନାହାକ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, କାଉନସିଲର ପ୍ରୀତିଛନ୍ଦା ସାମଲ, ଦେବାଶିଷ ମିଶ୍ର, ସନ୍ତୋଷୀ ସେଠି, କେ. ରମେଶ, ବି. ନିଶ୍ଚଳା, ସୁମନ୍ତ ନାହାକ ଓ ଡ଼ି. ଇନ୍ଦୁ, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ, ଚକ୍ରପାଣି ରେଡ୍ଡୀ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ସନମୁଖ ପଟ୍ଟନାୟକ, ବିଜୁ ଆଇନ ସମ୍ମୁଖ୍ୟର ସଭାପତି ସୁରେଶ କୁମାର ପଣ୍ଡା, ସମ୍ପାଦକ ଏଲ. ଗୋପାଳ ରାଓ, ଉପସଭାପତି ସିମାଞ୍ଚଳ ମହାପାତ୍ର, ସରକାରୀ ଓକିଲ ଭୈରବି ପଟ୍ଟନାୟକ, ମନୋଜ କୁମାର ବାରିକ, ଡମିନାଥ ସାହୁଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ