ସର୍ଟ ସର୍କିଟରେ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ

ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ଗୌତମ ନଗରରେ ଥିବା ଏକ ଘରେ ଆଜି ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଛତ୍ରପୁର ସହର ସ୍ଥିତ ଗୌତମ ନଗରରେ ଥିବା ପ୍ରଫୁଲ୍ଲ ପାଣିଗ୍ରାହୀଙ୍କ ଘରେ ଭଡା ରହୁଥିବା ଶଙ୍କର ରେଡ୍ଡି ସକାଳୁ ଉଠିଲା ବେଳକୁ ତାଙ୍କ ଘରେ ନିଆଁ ଲାଗିଯାଇଥିବା ଦେଖିବାକୁ ପାଇଥିଲେ । ସାହିପଡିଶା ଲୋକଙ୍କ ସାହାର୍ଯ୍ୟରେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିବା ବେଳେ ଘଟଣାର ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ପହଂଚି ନିଆଁକୁ ଅ।ୟତ୍ତ କରିଥିଲେ । ଘରର ଗୋଟିଆ ବଖରା ସଂପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପୂର୍ବାନୁମାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ