ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଚାରିବଖରା ଘର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳଦଣ୍ଡିକିଆ ପଂଚାୟତର ପାଦେରିପଡା ଗ୍ରାମରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଚାରିବଖରା ଘର ଜଳିଯାଇଥିବା ଜଣାପଡିଛି। ଖବର ପାଇ ଫିରିଙ୍ଗିଆ ଦମକଳ ବାହିନି ପହଂଚି ନିଆଁକୁ ଆୟତ କରିଥିଲେ। ଶୁକ୍ରବାର କୈାଣଷି କାରଣରୁ ଏହି ପାଦେରିପଡା ଗ୍ରାମର ସତ୍ୟପ୍ରକାଶ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଯାଇଥିଲ।। ପରେ ନିଆଁ ସତ୍ୟପ୍ରକାଶଙ୍କ ଘରକୁ ଲାଗି ରହିଥିବା ବିଶ୍ୱନାଥ ବିନ୍ଧାଣି ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ମଧ୍ୟ ବ୍ୟାପିବାରେ ଲାଗିଥିଲ। । ନିଆଁ ର ଭୟାବହତା ପ୍ରଖର ଥିବାରୁ ଗାଁ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲ। । ପରେ ଗ୍ରାମବାସୀ ଫିରିଙ୍ଗିଆ ଅଗ୍ନିଶମ ବାହିନିଙ୍କୁ ଯୋଗାଯୋଗ କରିଥିଲେ। ଫିରିଙ୍ଗିଆ ଅଗ୍ନିଶମ ଅଧିକାରୀ ଚିନ୍ମୟ କୁମାର ବାରିକଙ୍କ ସହ ଫାୟାର ମେନ ସରୋଜ କୁମାର ମହାପାତ୍ର , ଧିରେନ୍ଦ୍ର ବେହରା , ସୁବୋଧ ସେନାପତି, ରମାକାନ୍ତ ପଣ୍ଡା ଓ ସଞ୍ଜୟ ନାଏକ ପ୍ରମୁଖ ତୁରନ୍ତ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ନିଆଁ ଲାଗି ସତ୍ୟପ୍ରକାଶ ପ୍ରଧାନଙ୍କ ତିନିବଖରା ଘର ପୋଡି ଯାଇଥିବା ବେଳେ ବିଶ୍ୱନାଥ ବିନ୍ଧାଣୀଙ୍କର ଗୋଟିଏ ବଖରା ଘର ପୋଡି ଯିବା ସହିତ ଆସବାବ ପତ୍ର, ଘରେ ଥିବା ଧାନାଚାଉଳ ସବୁ ନଷ୍ଟ ହୋଇଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢଲକ୍ଷ ଟଙ୍କା ହେବ । ଘର ପୋଡି ଯାଇଥିବାରୁ ପରିବାର ଲୋକେ ପ୍ରଚଣ୍ଡ ଖରାରେ ନାହିଁନଥିବା ଆସୁବିଧା ର ସମ୍ମୁଖିନ ହେଉଥିବା ବେଳେ ଏହି ଦୁଇ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ଲୋକଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ