ସର୍ଟ ସର୍କିଟ ରେ ଜଳିଗଲା ଏଏନଏମ୍ କ୍ୱାଟର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀ ଗାଁ ମେଡିକାଲ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ମେଡିକାଲ ପରିସର ମଧ୍ୟରେ ଥିବା ଏଏନଏମ୍ କ୍ୱାଟର ଟି ସର୍ଟ ସର୍କିଟ ରେ ଜଳିଯାଇ ଥିବା ଖବର ମିଳିଛି। ସୂଚନା ଅନୁଯାୟୀ ଏ ଏନ ଏମ୍ ମିଖଳା ପ୍ରଧାନ ସ୍ଥାନୀୟ ମେଡିକାଲ ଡିଉଟି ରେ ଥିବା ବେଳେ ତାଙ୍କ ସ୍ୱାମୀ ଜୀବନ୍ତ ନାୟକ ନିଜ କ୍ଷେତ୍ର ପରିଦର୍ଶନ ରେ ଯାଇଥିଲେ।ଏହି ସମୟରେ ତାଙ୍କର୧୦ ବର୍ଷ ର ପୁଅ ଘରେ ରହି ଅନ ଲାଇନ ମାଧ୍ୟମ ରେ ପାଠ ପଢୁ ଥିବା ସମୟରେ ଅଚାନକ ବେଡ଼ରୁମ ରୁ ଧୂଆଁ ବାହାରୁ ଥିବା ଦଖି ଭୟରେ ମେଡିକାଲ କୁ ଯାଇ ଖବର ଦେଇଥିଲେ।ପରେ ଡାକ୍ତର ପ୍ରମୋଦ କୁମାର ସେଠୀ, ଡ୍ରାଇଭର ଶିବ ପାଢ଼ୀ ଓ ଉପସ୍ଥିତ ଥିବା ଆଶା କର୍ମୀମାନେ ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚି ନିଆକୁ ନିୟନ୍ତ୍ରଣ କରିଥିଲେ। ତଥାପି ବେଡ଼ରୁମ ରେ ଥିବା ଲୁଗାପଟା, ଆସବାବପତ୍ର, ଘର ର ବୈଦୁତିକ ତାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ କିନ୍ତୁ ସେମାନେ ଆସିବା ପୂର୍ବରୁ ଉପସ୍ଥିତ ଲୋକେ ନିଆଁ କୁ ଲିଭାଇବାରେ ସଫଳ ହୋଇଥିଲେ।


