ସର୍ଡ଼l ଗ୍ରାମବାସୀଙ୍କୁ ସଚେତନ କଲା ବନ ବିଭାଗ
ସମ୍ବଲପୁର, (ଲିପନ ନାଏକ):ବାମରା ବନଖଣ୍ଡ ବଡ଼ରମା ରେଞ୍ଜ ଭୂତେଲ ସେକ୍ସନ ଅଧୀନସ୍ଥ ବନ ପାହାଡ଼ ଘେରା ସର୍ଡ଼l ଗ୍ରାମରେ ଫରେଷ୍ଟର ଅଜମିର ଜୟପୁରିଆ ଙ୍କ ନେତୃତ୍ୱରେ ବନାଗ୍ନୀ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜୟପୁରିଆ ଙ୍କ ନେତୃତ୍ୱରେ ସର୍ଡ଼l ସରକାରି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମିର ଶିରାଜ ଅଲି, ଓ ତାପସ କୁମାର ବିଶ୍ଵାଲଙ୍କ ନେତୃତ୍ୱରେ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଏବଂ ବନ ବିଭାଗୀୟ ଅଧିକାରୀ ମାନେ ସର୍ଡ଼l ବିଦ୍ୟାଳୟ ଠାରୁ ଆରମ୍ବ କରି ତିଲେଇମାଲ ଗ୍ରାମ ପରିକ୍ରମା କରି ପଦଯାତ୍ରା ମାଧ୍ୟମରେ ବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଲୋଗାନ ଓ ପ୍ଲା କାର୍ଡ ପ୍ରଦର୍ଶନ କରି ଜନ ସାଧାରଣଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବାକୁ ସଚେତନ କରିଥିଲେ। ପଦଯାତ୍ରା ପରେ ସର୍ଡ଼l ସରକାରି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତା ଲାକ୍ରା, ଶିକ୍ଷକ ଅଜିତ କୁମାର ପଣ୍ଡା, ଓ ଅନ୍ୟ ଶିକ୍ଷକଙ୍କ ସହିତ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ବର୍ତମାନ ଗ୍ରୀଷ୍ମ ପ୍ରଭାବ ଆରମ୍ଭରେ ଜଙ୍ଗଲ ରେ ନିଆଁ ଲାଗିବା ଅଧିକ ଦେଖା ଦେଇଥାଏ ଓ ଯଦି ଜଙ୍ଗଲରେ କୌଣସି ସ୍ଥାନରେ ନିଆଁ ଲାଗିଥାଏ ତା ହେଲେ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ବନ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ବୋଲି ଭାବିଲେ ଜଙ୍ଗଲ ସୁରକ୍ଷିତ ରହିବ। ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବାୟୁମଣ୍ଡଳ ରେ ଏହାର କଣ କଣ ପ୍ରଭାବ ହୋଇଥାଏ ସଚେତନ କାର୍ଯ୍ୟକ୍ରମ ରେ ବନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ଙ୍କ ସହିତ ଆଲୋଚନା କରାଯାଇ ଅନ୍ୟ ମାନଙ୍କୁ ମଧ୍ୟ ଏ ସମ୍ପର୍କ ରେ ସଚେତନ କରାଇବା ପାଇଁ ଅନୁରୋଧ କରାଯାଇଥିଲା। ବନ ବିଭାଗ ପକ୍ଷରୁ ସର୍ଡ଼l ଫରେଷ୍ଟ ଗାର୍ଡ ସ୍ୱରୂପ ଚୌଧୁରୀ, ପୋଳାଡ଼ିହି ଫରେଷ୍ଟ ଗାର୍ଡ ବିମଲ ମାଝୀ, ତପନ ଓଝା, ବିମ୍ବାଧର ବାଘ, ଯୁଧିଷ୍ଟିର ମରେଈ, ସୁଜିତ କିଣ୍ଡୋ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏପରିକି ଏହି ସଚେତନ କାର୍ଯ୍ୟକ୍ରମ ଦେଖି ଗ୍ରାମବାସୀ ସନ୍ତୋଷ ବିନ୍ଧାଣି ଙ୍କ କହିବା ଅନୁଯାଇ ବନ ବିଭାଗ ପକ୍ଷରୁ ଏହା ଏକ ଭଲ କାର୍ଯ୍ୟକ୍ରମ। ଜଙ୍ଗଲ ଆମ ସମ୍ପଦ କେବଳ ବନ ବିଭାଗୀୟ ଏହାର ଯତ୍ନ ନେବେ ତାହା ନୁହେଁ ଜଙ୍ଗଲ ରକ୍ଷା ଆମ ମଧ୍ୟ ଦାଇତ୍ୱ ଜଙ୍ଗଲ ନଷ୍ଟ ହେଲେ ମନୁଷ୍ୟ ବଞ୍ଚିବା କଷ୍ଟ ହେବ ଏଣୁ ଜନତାଙ୍କୁ ସଚେତନ ହେଇ ଜଙ୍ଗଲ ରେ ନିଆଁ ନ ଲଗାଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିହାତି ଦରକାର ।