ସର୍ଦ୍ଦାର ବଲ୍ଲଭଭାଇ ଯୁବ ଓ ଛାତ୍ର ସାମ୍ମୁଖ୍ୟ ତରଫରୁ ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର, : ଗତ ତିନି ସପ୍ତାହ ଧରି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯୁବ ଛାତ୍ର ସାମ୍ମୁଖ୍ୟ ତରଫରୁ ସ୍ୱଚ୍ଛ ଭୁବନେଶ୍ୱର ଅଭିଯାନ ଆରମ୍ଭ ହୋଇଛି । ଗତ ୨୨.୦୯.୨୦୧୯ରବିବାର ଦିନ ଖଣ୍ଡଗିରି ପାହାଡ଼ ଓ ଖଣ୍ଡଗିରି ଟୁରିଷ୍ଟ ବସ୍ଷ୍ଟାଣ୍ଡ ସଫେଇ ହୋଇଥିଲା । ବିସ୍ତୃତ ଜାଗା ହେତୁ ବସଷ୍ଟାଣ୍ଡ ସବୁ ଅଂଶ ସଫା ହୋଇପାରିନଥିଲା । ସେଥିପାଇଁ ଆଜି ୨୯.୯.୨୦୧୯ରିଖ ରବିବାର ଦିନ ସାମ୍ମୁଖ୍ୟ ତରଫରୁ ଖଣ୍ଡଗିରି ଟୁରିଷ୍ଟ ବସଷ୍ଟାଣ୍ଡ ସଫେଇ କରିବା ସହ ଜନ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଉରକେଲା ସ୍ମାର୍ଟସିଟି ପ୍ରୋଜେକ୍ଟର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମୀନକେତନ ସାହୁ, ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନ, ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏବଂ ପ୍ରଫେସର ଶଶାଙ୍କ ଶେଖର କାନୁନ୍ଗୋ ପ୍ରମୁଖ ଯୋଗ ଦେଇଥିଲେ । ସଂଗଠନର ସଦସ୍ୟମାନେ ସଫେଇ ପୂର୍ବରୁ କିଛି ଟୁରିଷ୍ଟ ଏବଂ ଦୋକାନୀ ଭାଇମାନଙ୍କ ମତାମତ ନେଇ ଏହି ସିଦ୍ଧାନ୍ତରେ ପହଞ୍ôଚଥିଲେ ଯେ, ମୁଖ୍ୟତଃ ଖଣ୍ଡଗିରି ଟୁରିଷ୍ଟ ବସ୍ଷ୍ଟାଣ୍ଡର ମୁଖ୍ୟ ସମସ୍ୟାଗୁଡ଼ିକ ହେଲା ଖଣ୍ଡଗିରି ଟୁରିଷ୍ଟ ବସଷ୍ଟାଣ୍ଡ ଏତେବଡ଼ ଅଞ୍ଚଳ ହୋଇଥିବାରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକମାନେ ଏଠାକୁ ଯିବା ଆସିବା କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ପ୍ରଶାସନ ତରଫରୁ ଏଠାରେ ଗୋଟିଏ ବି ଡ଼ଷ୍ଟବିନ୍ର ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଏହି ଅଞ୍ଚଳ ଅଳିଆ ଆବର୍ଜନା ଏବଂ ପ୍ଲାଷ୍ଟିକରେ ପରିପୂର୍ଣ୍ଣ ହୋଇ ରହିଛି । ଅନ୍ୟଏକ ସମସ୍ୟା ହେଲା ଏଠାରେ ଗୋଟିଏ ମାତ୍ର ପରିଶ୍ରାଗାର ଅଛି ତାହା ପୁଣି ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି ଯେଉଁଥିପାଇଁକି ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଥିଲେ । ଗତ ସପ୍ତାହରେ ସାମ୍ମୁଖ୍ୟ ତରଫରୁ ବିଏମ୍ସି ଏବଂ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ଏହି ବସ୍ଷ୍ଟାଣ୍ଡ ସହିତ ଆଖପାଖ ଅଞ୍ଚଳ ସଫା ରଖିବା ସହିତ ସବୁଜ ପରିବେଶ ସହ ଡ଼ଷ୍ଟବିନ୍ର ବ୍ୟବସ୍ଥା କରିବା ପାଇଁ ଅନୁାରୋଧ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଗଣମାଧ୍ୟମ ସମ୍ମୁଖରେ ଯେତେବେଳେ ପ୍ରଶ୍ନ କରାଗଲା, ବିଏମ୍ସି କର୍ତ୍ତୃପକ୍ଷ କହିଥିଲେ ଯେ ବସ୍ଷ୍ଟାଣ୍ଡ ଓଏସ୍ଆରଟିସି ଅଧୀନରେ ଥିବାରୁ ଏହା ଆମର କର୍ତ୍ତବ୍ୟ ନୁହେଁ ଏବଂ ଓଏସ୍ଆରଟିସିର କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ ସେ ଉତ୍ତରରେ କହିଥିଲେ ଯେ, ଆମ ପାଖରେ ମାନବ ସମ୍ବଳର ଅଭାବ ରହିଛି, ଏହା କରିବା ଆମ ପକ୍ଷରେ ଅସମ୍ଭବ । ତେଣୁ ସଂଗଠନ ତରଫରୁ ପ୍ରଶ୍ନ କରାଯାଇଥିଲା ଯେ ଖଣ୍ଡଗିରି ପାହାଡ଼ ଏବଂ ବସ୍ଷ୍ଟାଣ୍ଡ ସଫେଇ ଦାୟତ୍ୱ କାହାର? ଆଗାମୀ ଦିନରେ ଯଦି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ସଂଗଠନ ତରଫରୁ ଶାନ୍ତିପୂର୍ଣ୍ଣ ଭାବରେ ବିଏମ୍ସି, ଏନ୍ଏସି ଏବଂ ଓଏସ୍ଆରଟିସି ଅଫିସ୍ ସମ୍ମୁଖରେ ଧାରଣା ଦିଆଯିବ । ଏହି କାର୍ଯ୍ୟକ୍ରମରେ ଛାତ୍ର ଓ ଯୁବ ସଂଗଠନ ତରଫରୁ କିଶନ କୁମାର ସାଥୁଆ, ଅମିତ କ୍ୁମାର ସାହୁ, ପ୍ରୀତିରଞ୍ଜନ ଦାସ, ସତ୍ୟରଞ୍ଜନ ସ୍ୱାଇଁ, ସଞ୍ଜିବ କୁମାର ସ୍ୱାଇଁ, ପ୍ରେମ୍ ଥାଟୋଇ, ଲକ୍ଷ୍ମୀପ୍ରିୟା ରାଉତ ଏବଂ ସ୍ୱାତୀ ସୁମନ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ