ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ରନ ଫର ୟୁନିଟି କାର୍ଯ୍ୟକ୍ରମ ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଏବଂ ନ୍ୟୁଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ନିର୍ଦ୍ଦେଶ କ୍ରମେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତି ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସିପାଲ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ତୈଳ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଭାରତର ସ୍ୱାଧିନତା ପରେ ପଟେଲଙ୍କ ଭାରତ ଏକତ୍ରୀକରଣ ଉଦ୍ୟମ ଉପରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସାଇ ସ୍ମୃତି ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଥିଲା । ବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ଧରି ବିଦ୍ୟାଳୟ ଠାରୁ ରନ ଯର ୟୁନିଟି ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଇ. ଲଳିତ କୁମାର ପରିଚାଳନା କରିଥିବା ବେଳେ ଅନୀଲ କୁମାର ନାୟକ, ଏ ବାସୁଦେବ, ସୁନୀଲ କୁମାର ସାହୁ, ତପନ କୁମାର ପାତ୍ର, କାଳୀ ପ୍ରସାଦ ମହାର୍ଥ, ନୀଳାଂଚଳ ବେହେରା, ସୁଧାଂଶୁ ପାଢୀ, ସୁନାଲୀ ତ୍ରିପାଠୀ, ଶୁଭଶ୍ରୀ ପରିଡା, ଶୁଭଶ୍ମିତା ପାଣିଗ୍ରାହୀ, ଦେବବ୍ରତ ସାହୁ ଓ ଶ୍ରୀନିବାସ ଆଚାରୀ ପ୍ରମୁଖ ସହଯୋଗ କରିଥିଲେ ।