ସର୍ପାଘାତରେ କୃଷକ ମୃତ ସରକାରୀ ସହାୟତା ଦାବି
ଚିଲିକା (ଜୁଗାବ୍ଦ ନ୍ୟୁଜ୍): ନିକଟସ୍ଥ ମୋରାମୋରି ପଞ୍ଚାୟତର ଜଗବନ୍ଧୁପୁର ଗ୍ରାମର ସ୍ୱର୍ଗତ ଗୁରୁବାରୀ ପରିଡ଼ାଙ୍କ ପୁଅ ପଠାଣୀ ପରିଡ଼ା(୪୫)ଙ୍କର ଗୁରୁବାର ବିଲରେ କାମ କରୁଥିବା ସମୟରେ ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ । ସୂଚନାରୁ ପ୍ରକାଶ ସ୍ୱର୍ଗତ ପଠାଣୀ ଜଣେ ଗରିବ କୃଷକ । ତାଙ୍କ ମୃତ୍ୟୁରେ ପତ୍ନୀ ଓ ବିବାହ ଯୋଗ୍ୟା ଝିଅ ଓ ସ୍କୁଲ ପଢ଼ୁଆ ପୁଅ ଏବେ ବେସାହାରା ହୋଇପଡ଼ିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।