ସର୍ପାଘାତରେ ବୃଦ୍ଧ ମୃତ୍ୟୁ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ତହସିଲ ଅଧିନ ଶିଖର ପଂଚାୟତ ବିଲିପଡା ଗାଁର ଜୈନିକ ବୃଦ୍ଧଙ୍କର ସର୍ପାଘାତରେ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଜଟାଧାରୀ ବିଶ୍ୱାଳ(୬୫) । ସୂଚନା ମୁତାବକ ଜଟଧାରୀ ବିଲରେ କାମ କରୁଥିବା ବେଳେ ଏକ ବିଷଧର ସାପ କାମୁଡି ଥିଲା । ପରିବାର ଲୋକଙ୍କ ପକ୍ଷରୁ ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତି କରାଯାଇଥିଲା । ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଅତି ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଜଟାଧାରୀଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।