ସର୍ପାଘାତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ତହସିଲ ଅନ୍ତର୍ଗତ ଜମୁଗାଁ ପଂଚାୟତସ୍ଥିତ କଂଟୁଣିଆ ବଜାର କମିଟି ସଭାପତି ବାବାଜୀ ଚରଣ ସ୍ୱାଇଁଙ୍କର ସର୍ପାଘାତରେ ଗତ ଅକ୍ଟୋବର ୨୫ ତାରିଖରେ ପରଲୋକ ଘଟିଥିଲା । ସର୍ପାଘାତ ପରେ ବାବାଜୀ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତାଙ୍କ ବିୟୋଗକୁ ଏକ ମାସ ପୁରିବାକୁ ବସିଥିଲେ ମଧ୍ୟ ତାଙ୍କ ପରିବାରକୁ କୌଣସି ସରକାରୀ ସାହାର୍ଯ୍ୟ ମିଳୁ ନଥିବା ଜଣାଯାଇଛି । ତେଣୁ ତାଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ପାରାଦ୍ୱୀପ ପୋର୍ଟର ପୂର୍ବତନ ଟ୍ରଷ୍ଟୀ ପ୍ରତାପ ମିଶ୍ର ପ୍ରଶାସନ ନିକଟରେ ଦାବି କରିଛନ୍ତି ।


