ସର୍ପାଘାତରେ ସମିତିସଭ୍ୟଙ୍କ ମୃତ୍ୟୁ

ହାଟଡ଼ିହି,(ଯୁଗାଦ୍ଦ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ସମିତିସଭ୍ୟ ନିରଞ୍ଜନ ପାତ୍ର(୩୮)ଙ୍କ ସର୍ପାଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ କହିବାନୁଯାଇ ଗତକାଲି ରାତିରେ ନିରଞ୍ଜନ ଖାଇପିଇ ଶୋଇବାପରେ ହଠାତ ରାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । କୌଣସି ବିଷାକ୍ତ ସାପ କାମୁଡିଦେଇଥିବା ସେ ଅନୁଭବ କରିବାରୁ ତୁରନ୍ତ ଆମ୍ବୁଲାନସ ଡକାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଯାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହି ଘର ଭିତରୁ ମଧ୍ୟ ଏକ ବିଷାକ୍ତ ନାଗସାପକୁ ପରିବାର ଲୋକେ ଉଦ୍ଧାର କରିଥିବା କହିଛନ୍ତି । ସୋସୋ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରାଇଛି । ନିରଞ୍ଜନଙ୍କ ମୃତ୍ୟୁରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ଖବରପାଇ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପୁର୍ବତନ ଆନନ୍ଦପୁର ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ, ସରପଞ୍ଚ ଅଶୋକ ଜେନା,ପିଇଓ ଜିତେନ୍ଦ୍ର ଜେନା, ସମାଜସେବୀ କଳ୍ପତରୁ ସେଠୀ, ନାରାୟଣ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଶେଷ ଦର୍ଶନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ