ସର୍ପାଘାତରେ ୨ବର୍ଷର ଶିଶୁକନ୍ୟା ମୃତ

ହାଟଡ଼ିହି, (ଓ୍ବାଇଏନ୍ଏସ୍):ସୋସୋ ଥାନା ହଦଗଡ ପଞ୍ଚାୟତର ବାଘୁଆସାହିରେ ଆଜି ମଧ୍ୟାହ୍ନରେ ଏକ ବିଷାକ୍ତ ସାପ କାମୁଡାରେ ଜଣେ ଶିଶୁକନ୍ୟାର ମୃତ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ମଧ୍ୟାହ୍ନରେ ଗ୍ରାମର ରଥ ବିରୁଆ ତାଙ୍କ ୨ବର୍ଷର ଝିଅ ବିରୁଆକୁ ଧରି ସାଙ୍ଗରେ ଶୋଇଥିଲେ । ଏହି ସମୟରେ ଏକ ବିଷାକ୍ତ ଗୋଖର ସାପ ତାଙ୍କ ଝିଅକୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାକୁ ଆନନ୍ଦପୁର ଡାକ୍ତରଖାନାକୁ ନେଉଥିବା ବେଳେ ତାର ମୃତ୍ୟୁ ଘଟିଥିଲା । ଘର ଲୋକମାନେ ସାପଟିକୁ ଏକ ହାଣ୍ଡିରେ ପୁରାଇ ରଖିଛନ୍ତି । ଖବରପାଇ ସୋସୋ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ପୋଷ୍ଟ ମଟମ କରାଇ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ