ସର୍ପ ଦଂଶନରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଵିଷ୍ଣୁପୁର ପଂଚାୟତ ହସନପୁର(ତାଳପଦା)ଗ୍ରାମର ନୀଳମଣି ନାୟକ ସର୍ପ ଦଂଶନରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଶ୍ରୀ ନାୟକ ଆଜି ସକାଳୁ ଘରୁ ବାହାରକୁ ଆସୁଥିବା ବେଳେ ଦୁଆର ମୁହଁରେ ତାଙ୍କୁ ଏକ ବିଷଧର ସାପ ଦଂଶନ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ସ୍ବର୍ଗତ ନାୟକ ପଞ୍ଚାୟତ ସମ୍ପାଦକ ଭାବେ ସଫଳତାର ସହିତ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ଗାଁର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ। ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।


