ସର୍ବଜିତା ଫାଉଣ୍ଡେସନ ହାଟଡିହି ଶାଖାର ଉଦ୍ଘାଟନ ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଞ୍ଚଳରେ ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ପୁରଣ କରିବା ସହିତ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା, କଳା, ସାହିତ୍ୟର ପ୍ରଚାର ପ୍ରସାରରେ ଦୃଷ୍ଟିଦେବା, ସଂସ୍କୃତିର ସୂରକ୍ଷା ଦିଗରେ ଧ୍ୟାନଦେବା ଆଦି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ସର୍ବଜିତା ଫାଉଣ୍ଡେସନ ଅଣ୍ଟା ଭିଡିଛି । ଭୁବନେଶ୍ୱରରେ କାର୍ଯ୍ୟାଳୟ ଥିଲେ ମଧ୍ୟ ହାଟଡିହି ବ୍ଲକରେ ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ ସର୍ବଜିତା ଫାଉଣ୍ଡେସନର ହାଟଡିହି ଶାଖା ଉଦ୍ଘାଟନ ହୋଇଛି । ହାଟଡିହି ସରସ୍ୱତୀ ଶିଶୁ ମନ୍ଦିର ଠାରେ ସର୍ବଜିତା ଫାଉଣ୍ଡେସନର ଉଦ୍ଘାଟନ ଉତ୍ସବରେ ଯୋଗଦେଇ ଫାଉଣ୍ଡେସନର ଅଧ୍ୟକ୍ଷା ଝାନସିରାଣୀ ଦାସ ଏହା ସୁଚନା ଦେଇଛନ୍ତି । ବରିଷ୍ଠ ଶିଶୁ ସାହିତି୍ୟକ ରତ୍ନାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ତଥା ସାହିତି୍ୟକ ଡ.ଶମ୍ବୁନାଥ ରାଉତ, ସମ୍ମାନୀତ ଅତିଥି ଭାବେ ମରୈଗାଁ ବରିଷ୍ଠ ନାଗରିକ ମଞ୍ଚର ସଭାପତି ବୃନ୍ଦାବନ ପଣ୍ଡା, ମହିଳା ଭାଗବତ ଟୁଙ୍ଗିର ସଭାପତି ତଥା ଶିଶୁ ସାହିତି୍ୟକା ବିଦୁ୍ୟତ ପ୍ରଭା ଦେଓ ପ୍ରମୁଖ ଯୋଗଦେଇ ମୁଳ୍ୟବୋଧ ଭିତ୍ତିକ ଭାଷଣ ରଖିଥିଲେ । କବି ଶ୍ରୀକାନ୍ତ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ମାଟ୍ରିକ ଟପର ବଳଭଦ୍ର ପାଢ଼ୀ, ଯୁକ୍ତ ୨କଳା ଟପର ଇନ୍ଦ୍ରଜିତ ନାୟକ, ବାଣିଜ୍ୟ ଟପର ଅଂଶୁମାନ ତ୍ରିପାଠୀ, ବିଜ୍ଞାନ ଟପର ଲକ୍ଷ୍ମୀପ୍ରୀୟା ଗିରି ଓ ଧନ୍ଦାମୁଳକ ଶିକ୍ଷାରେ ଟପର ହୋଇଥିବା ସୁନୀତା ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପର୍ଶୁରାମ ଦାସ, ବିଜୟ କୁମାର ଜେନା, ଖଗେଶ୍ୱର ଜେନା, ଅଧିକାରୀ ନାୟକ, ସୁରେନ୍ଦ୍ର କୁମାର ପରିଡା, ସୁଦାମ ଚରଣ ଜେନା ପ୍ରମୁଖ ଯୋଗଦେଇ ସହଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଦିବାକର ବାରିକ, କିଶୋର ଚନ୍ଦ୍ର ମହାନ୍ତି, ପ୍ରତିମା ସ୍ୱାଇଁ, ନୟନୀ ଜେନା, ସରଳା ମହାପାତ୍ର, ସୁବାସିନୀ ସାମଲ, ସନାତନ ବେହେରା, ବନମାଳୀ ଜେନା, ପ୍ରଭାକର ପାଣି, ମାର୍କଣ୍ଡ ଚରଣ ପଣ୍ଡା, ବାସୁଦେବ ଦାସ, ନାରାୟଣ ସାହୁଙ୍କ ଶତାଧିକ କବି, ଲେଖକ,କଳାକାର, ସାହିତି୍ୟକ ଓ ବୁଦ୍ଧିଜିବୀ ଅଂଶଗ୍ରହଣ କରିଥିଲେ ।


