ସର୍ବଧର୍ମ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସି୍ଥତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା’ ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ ଆସନ୍ତା ଜାନୁଆରୀ ପହିଲାରେ ସର୍ବଧର୍ମ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ଆସନ୍ତା ଜାନୁଆରୀ ପହିଲା ପ୍ରାତଃ ୭ଘଟିକା ସମୟରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ପ୍ରତିବର୍ଷ ଭଳି ଚଳିତ ବର୍ଷ କରିବା ପାଇଁ ସ୍ଥିର କରାଯାଇଥିଲା । କାରଣ ପ୍ରାର୍ଥନା ମଣିଷକୁ ଶାନ୍ତି, ସୌହାର୍ଦ୍ଧ୍ୟ ଓ ଶକ୍ତି ପ୍ରଦାନ କରିବା ସହ ସମାଜକୁ ହିଂସା ଓ ଦ୍ୱେଷରୁ ମୁକ୍ତ ରଖି ଏକ ସୁସ୍ଥ ସମାଜ ଗଠନ କରିଥାଏ । ଏହି ବୈଠକରେ ଗବେଷକ ନିରଞ୍ଜନ ମେକାପ, କବି କରୁଣାକର ଦାସ, ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ରୀତାଞ୍ଜଳି ନାଥ, ବ୍ୟଙ୍ଗ କବି ଶ୍ରୀଧର ମହାନ୍ତି, ଶିକ୍ଷାବିତ୍ ମନୋରଞ୍ଜନ ତ୍ରିପାଠୀ, ଅଭିନେତ୍ରୀ ଗିତାଞ୍ଜଳୀ ସାହୁ ଏବଂ ବାବା ନୃସିଂହ ଚରଣ ଦାସଙ୍କ ସମେତ ଗୀତା ମା ଓ ଶିବାନୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


