ସର୍ବନିମ୍ନ ଜମାରାଶି ଉପରେ ଷ୍ଟେଟ ବ୍ୟାଙ୍କ ସଂଗ୍ରହ କରିଥିବା ଫାଇନ୍ ଫେରାଇବାକୁ ଦାବୀ

ଭୁବନେଶ୍ୱର, : ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସର୍ବନମ୍ନ ଜମାରାଶି ପାଇଁ ଥିବା ସୀମାରାଶି କଟକଣା ଉଠାଇ ଦିଆଯାଇଛି । ଏହା ଫଳରେ ଷ୍ଟେଟବ୍ୟାଙ୍କର ୪୪ କୋଟି ୫୧ ଲକ୍ଷ ଗ୍ରାହକ ଉପକୃତ ହେବେ ବୋଲି ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏଠାରେ ଉଲ୍ଲେଖଥାଉକି ପୂର୍ବରୁ ଷ୍ଟେଟବ୍ୟାଙ୍କ ପକ୍ଷରୁ ମେଟ୍ରୋ ସହର ପାଇଁ ସର୍ବନିମ୍ନ ଜମାରାଶି ୩୦୦୦ ଟଙ୍କା, ଛୋଟ ସହର ପାଇଁ ୨୦୦୦ ଟଙ୍କା ଓ ଗ୍ରାମାଞ୍ଚଳ ପାଇଁ ସର୍ବନିମ୍ନ ଜମାରାଶି ୧୦୦୦ ଟଙ୍କା ବାଧ୍ୟତାମୂଳକ ଥିଲା । ଯେଉଁମାନେ ଏହି ସର୍ବନିମ୍ନ ଜମାରାଶି ରଖିପାରୁନଥିଲେ ସେମାନଙ୍କ ଠାରୁ ଫାଇନ୍ ଆକାରରେ ପିଟୁଣି ଟିକସ ଆଦାୟ କରାଯାଇଥିଲା । ଏହି ଫାଇନ୍ ଅକାରରେ ବ୍ୟାଙ୍କ ବିଗତ ବର୍ଷମାନଙ୍କରେ ୧୯୭୨ (ଉଣେଇଶ ବାସ୍ତରୀ) କୋଟି ଟଙ୍କା ଆଦାୟ ହୋଇଥିଲା । ଆଜି ଯେତେବେଳେ ସର୍ବନିମ୍ନ ଜମା ରାଶି ବାଧ୍ୟତାମୂଳକ ନୁହେଁ ବୋଲି ଷ୍ଟେଟବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ସେତେବେଳେ ବ୍ୟାଙ୍କ ତାର ଗ୍ରାହକମାନଙ୍କ ଠାରୁ ପିଟୁଣି ଟିକସ ବାବଦକୁ ଆଦାୟ କରିଥିବା ୧୯୭୨ କୋଟି ଟଙ୍କା ଗ୍ରାହକଙ୍କୁ ଫେରାଇବାକୁ ସମାଜବାଦୀ ପାର୍ଟି ଦାବି କରିଛି । ‘ପାର୍ଟି’ର ରାଜ୍ୟ ସଭାପତି ରବି ବେହେରା ଆଜି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଏକ ପତ୍ର ଲେଖି ତାଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ