ସର୍ବପୁରାତନ କେନ୍ଦ୍ରାପଡା ହାଇସ୍କୁଲର ପ୍ରାକ୍ତନ ଛାତ୍ର ପଦ୍ମଲୋଚନ ପଣ୍ଡାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସର୍ବପୁରାତନ କେନ୍ଦ୍ରାପଡା ହାଇସ୍କୁଲର ପୁରାତନ ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରିୟ ସାଙ୍ଗ ଜଣେ ପରୋପକାରୀ, ସମାଜସେବୀ, ବ୍ୟବସାୟୀ ଓ ଶ୍ରୀବଳଦେବଜୀଉ ମନ୍ଦିର ପୂଜକ ପଦ୍ମଲୋଚନ ପଣ୍ଡା (ନିଲୁ)ଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସରକାରୀ ଓକିଲ ସଞ୍ଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୁରାତନ ଛାତ୍ର ସଙ୍ଗଠନର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ନିଲୁଙ୍କ ସ୍ମୃତିରେ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏଥିସହିତ ତାଙ୍କ ଗୁଣାବଳୀ ସମ୍ପର୍କରେ ଅବତାରଣା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ହେମନ୍ତ କୁମାର ଜେନା, ସାମ୍ବାଦିକ ଆଶିଷ ସେନାପତି, ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ପୂର୍ବତନ ଓକିଲ ସଂଘ ସମ୍ପାଦକ ସେକ ଅଜିମୁଦିନ, ଅଞ୍ଜନା ମହାନ୍ତି, ତାରେଣୀ କୁମାର ପାଟ୍ଟଯୋଷୀ, ମହମ୍ମଦ ଜାହିଦ ଖାଁ, ଡମ୍ବୁରୁଧର ବେହେରା, ଗଗନ ବିହାରୀ ନାୟକ, ରୁଦ୍ର ପ୍ରସାଦ ସାହୁ, ସତ୍ୟବ୍ରତ ସିଂ, ଶୁସାନ୍ତ କୁମାର ସାହୁ, ସୁଜୀତ କୁମାର ସିଂ, ବିଭୁ ପ୍ରକାଶ ସାହୁ, ସେକ ଇନା ପ୍ରମୁଖ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ