ସର୍ବପ୍ରାଚୀନ ଓ କ୍ଷୁଦ୍ରତମ ରାଷ୍ଟ୍ର

ସାନ୍ ମାରିନୋ ହେଉଛି ବିଶ୍ୱର ସର୍ବପ୍ରାଚୀନ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର । ୩୨,୦୦୦ ଲୋକସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ରର ଆୟତନ ମାତ୍ର ୬୧ ବର୍ଗ କି.ମି. । ୩୦୧ ଖ୍ରୀ.ରେ ଏହି ରାଷ୍ଟ୍ର ରୋମାନ ଶାସନରୁ ସ୍ୱାଧୀନ ହେଲା । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଏହି ରାଷ୍ଟ୍ର କୌଣସି ପକ୍ଷକୁ ସମର୍ଥନ ଦେଇ ନ ଥିଲା । ଏହା ବିଶ୍ୱର ଅନ୍ୟତମ ସମୃଦ୍ଧ ରାଷ୍ଟ୍ର ଏବଂ ଏହି ଦେଶରେ ଗାଡ଼ିମୋଟର ସଂଖ୍ୟା ଜନସଂଖ୍ୟାଠାରୁ ଅଧିକ । ପ୍ରତି ୧୦୦୦ ଜନସଂଖ୍ୟାରେ ଗାଡି ସଂଖ୍ୟା ୧୨୬୩ । ସେହି ପରିପ୍ରେକ୍ଷୀରେ ଭାରତର ପ୍ରତି ହଜାରେ ଜନସଂଖ୍ୟାରେ ଗାଡ଼ିର ହାର ୧୮ ଓ ଆମେରିକାରେ ପ୍ରତି ୧ ହଜାର ଜନସଂଖ୍ୟାରେ ଗାଡ଼ିର ହାର ୮୫୦ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ