ସର୍ବଭାରତୀୟ ଦିବାରାତ୍ର ଭଲିବଲ୍ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଡୁଙ୍ଗୁରିପାଲି, (ମୁକେଶ କୁମାର ଭୋଇ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଭଳିବଲ ଏସୋସିସନ ପକ୍ଷରୁ ଯୁଗଲାଇ ବିଶ୍ଵାଳ ସ୍ମାରକୀ ଦୁଇ ଦିବସୀୟ ଦିବାରାତ୍ର ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟ ମହାସମାହୋରରେ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଦେଶର ନାମୀ ଖେଳାଳୀ ଦଳ ସିଆଇଏସଏଫ ଦିଲ୍ଲୀ, ହରିୟାନା ସାଇକର (ଚଣ୍ଡିଗଡ), ‘ରାଇଜିଙ୍ଗକ୍ଲବ ରାଉରକେଲା, ଇଷ୍ଟକୋଷ୍ଟ ରେଳୱେ , ଭାଇଯାକ ରେଳୱେ ଆନ୍ଧପ୍ରଦେଶ ଓ ସ୍ପୋର୍ଟ୍ସ ହଷ୍ଟେଲ ଭୁବନେଶ୍ଵର ଯୋଗ ଦେଇଛନ୍ତି । ଖେଳ ପ୍ରାରମ୍ଭରେ ମୁଖ୍ୟ ଅତିଥ୍ ଭାବେ ରେୟାନ ପ୍ରା.ଲି. କଂପାନୀର ଚିଆରମେନ ବ୍ରଜକିଶୋର ମିଶ୍ର,ସମ୍ମାନିତ ଅତିଥ ଭାବେ ବିଜୟା ନନ୍ଦ ମିଶ୍ର ଓ ସିଇଓ ଅନିରୋଧ ମିଶ୍ର, କିଶୋର ବିଶ୍ଵାଳ ଯୋଗଦେଇ ଫିତା କାଟି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥ ଏକ ହେଲିକେପ୍ଟର ଯୋଗେ ସହଲା ଖେଳ ପଡିଆରେ ଅବତରଣ ପରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଟୁଣ୍ଟାମେଣ୍ଟ ସ୍ଥଳକୁ ପାଛୋଟି ନିଆଯାଇଥିଲା । ଶୋଭାଯାତ୍ରା ସମୟରେ ସ୍ୱର୍ଗତ ଯୁଗଲାଲ ବିଶ୍ଵାଳଙ୍କ ପରିବାର ପକ୍ଷରୁ ଅତିଥିମାନଙ୍କୁ ସ୍ଵାଗତ କରାଯାଇଥିଲା । ଅନୁଷ୍ଠିତ ଉଦ୍‌ଘାଟନ ସଭା ଏସୋସିଏସନର ସଭାପତି ହିମାଂଶୁ ଶେଖର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ସଂପାଦକ ଗୋପାଳ ଚାରିକ ବିବରଣୀ ପାଠ କରିଥିଲେ। ରାଜକିଶୋର ନନ୍ଦ ଏବଂ ମଣିଲାଲ ଶର୍ମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଥୁଲା l ତାଙ୍କ ଅନୁପସ୍ଥିତିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ସାଂସଦ ପଣ୍ଡାଙ୍କ ବାର୍ତ୍ତା ପଠନ କରିଥିଲେ । ଜାତୀୟ ସ୍ତରର ରେଫରୀ କଳାକାର ସାମଲ, ନିରଞ୍ଜନ ନାୟକ,ଦୁର୍ଗା ପ୍ରସାଦ ନାୟକ ଓ ରାଜ୍ୟସ୍ତରୀୟ ରେଫରୀ ଶୁନ୍ତ ପଟେଲ, କୁମାର ରଞ୍ଜନ ମଲ୍ଲିକ, ତୁସାରରାମ ପ୍ରଧାନ, ସ୍ନେହାଶିଶ ମହାନ୍ତି ଖେଳ ପରିଚାଳନା କରିଥିଲେ । ଏସୋସିଏସନର ଉପସଭାପତି ଜିତେନ୍ଦ୍ର ବିଶ୍ଵାଳ, କୋଷାଧ୍ୟକ୍ଷ ଟୁନା ପାଣ୍ଡେ, କନ୍ଦପ ସାହୁ, ବଙ୍ଗାଳି ବିଶ୍ଵାଳ, ଲକ୍ଷ୍ମୀଧର ନାୟକ, ମକରଧ୍ଵଜ ବିଶ୍ଵାଳ, ଦେବରାଜ ବିଶ୍ଵାଳ ମଞ୍ଚାସୀନ ଥିଲେ । ବିପ୍ରଚରଣ ସାହୁ, ସଙ୍ଖାଳୀ ସାହୁ, ପ୍ରଶନ୍ନ ଯୋଶୀ, ଅଶୋକ ଶତପଥ, ଉମାଶଙ୍କର ଭ ରାସଗ୍ରୀଆ, ରାଧେଶ୍ୟାମ ଘିବେଳା, ନରୋତ୍ତମ ବରିହା, ଚନ୍ଦନ ବେହେରା, ମହେନ୍ଦ୍ର ବରିହା, ସଞ୍ଜିତ ନାଏକ ପ୍ରମୁଖ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ