ସର୍ବଭାରତୀୟ ନାଟକ ପ୍ରତିଯୋଗିତା ପାଇଁ ବହିପୂଜା

ଚିକିଟି,(କୁରେଶୁ ସାହୁ): ପାତ୍ରପୁର ବ୍ଲକର ଆଶିଷ ଅଂଶୁମାନ ସୌଖିନ କଳାକାର ସଂଘ ତରଫରୁ ଆସନ୍ତା ଫେବୃଆରୀ 7 ରୁ 9 ତାରିଖ ଯାଏଁ ବିହାରର ବରିଆରପୁର ଠାରେବାକୁ ଥିବା ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ପାଇଁ ଗୁରୁବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ନାଟକର ବହିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚିକିଟିଗଡ଼ ସ୍ଥିତ ଶ୍ରୀ ରଘୁନାଥ ମଠ ପରିସରରେ ରାଜଗୋପାଳ ପାଢ଼ୀଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ”ଶାପିତପୁତ୍ର” ର ବହିପୂଜା ଅନୁଷ୍ଠିତ ହୋଇ ନାଟକ ଅଭ୍ୟାସ ଆରମ୍ଭ ହୋଇଛି । ଏହି ଅବସରରେ ମଠର ମହନ୍ତ ଶ୍ରୀ ରାମପ୍ରସାଦ ଦାସ,ନିଳାଞ୍ଚଳ ପାତ୍ର, ରାଜଗୋପାଳ ପାଢ଼ୀ, ଭଗବାନ ମଲ୍ଲିକ,ସୁଶାନ୍ତ ପାଣିଗ୍ରାହୀ, ଋତୁପର୍ଣ୍ଣ ପାଣିଗ୍ରାହୀ, ପି. ନାଗେଶ୍ୱର ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ । 14ଜଣିଆ କଳାକାରଙ୍କ ଦଳ ମଧ୍ୟରେ ଅନ୍ୟମାନଙ୍କ ମଧ୍ୟରେ ସୁଧାକର ମହାରଣା,ସତ୍ୟବାଦୀ ଗୌଡ଼,କବିରାଜ ସାହୁ,ଅନ୍ତର୍ଯ୍ୟାମୀ ପାତ୍ର, ସ୍ୱୟଂ ପାତ୍ର,ସାଗରିକା ଭୋଇ ଓ ନିରୂପାରାଣୀ ପାଢ଼ୀ ପ୍ରମୁଖ ରହିଛନ୍ତି । ଅରୁଣ ସାହୁ ନାଟକରେ ସଙ୍ଗୀତ ନିର୍ଦେଶକ ଦାୟିତ୍ୱ ତୁଲାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ