ସର୍ବଭାରତୀୟ ନିମାପଡ଼ା କପ୍ ଭୁବନେଶ୍ଵର ଏକାଦଶ ଫାଇନାଲ ରେ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ଚାଲିଥିବା ୧୪ତମ ସର୍ବଭାରତୀୟ ନିମାପଡ଼ା କପ କ୍ରିକେଟର ଆଜି ଥିଲା ତୃତୀୟ ଦିବସ । ଆଜି ଅନୁଷ୍ଠିତ ପ୍ରଥମ ସେମି ଫାଇନାଲରେ ପରସ୍ପରକୁ ଭେଟି ଥିଲେ ଭୁବନେଶ୍ୱର ଏକାଦଶ ଓ କଟକର ସୋଲାର କ୍ଲବ।ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ସୋଲାର ପଡିଆକୁ ଓହ୍ଲାଇ ନିର୍ଧାରିତ ୩୦ ଓଭରରେ ସମସ୍ତ ଉଇକେଟ ହରାଇ ୨୦୩ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ଜ୍ୟୋତିରଞ୍ଜନ ସାହୁ ୬୮ରନ,ପ୍ରତ୍ୟୁଶ ଦାସ ୩୫ରନ ଓ ଗୋବିନ୍ଦ ନାୟକ ୩୫ ରନ କରିଥିଲେ।ପ୍ରତିପକ୍ଷ ବୋଲର କାଳିଆ ସାହୁ ୬ଓଭର ବୋଲିଙ୍ଗ କରି ୪୪ରନ ଦେଇ ୩ଟି ଉଇକେଟ ଓ ମନୋଜ ବାରିକ ୨ଟି ଉଇକେଟ ନେଇଥିଲେ।ଜବାବରେ ଭୁବନେଶ୍ୱର ଏକାଦଶ ୨୩.୨ଓଭରରେ ୨୦୬ରନ୍ ସଂଗ୍ରହ କରି ୬ଉଇକେଟରେ ବିଜୟ ଲାଭ କରିଥିଲା।ଦଳ ପକ୍ଷରୁ ଶୁଭମ ଶତ୍ରୁଜିତ୍ ଅପରାଜିତ ରହି ୬୨ରନ୍,ସାରାଂଶ କୁମାର ୪୬ରନ୍,ରୋହିତ ସାଗର ୩୭ରନ୍ ଓ ସିଦ୍ଧାନ୍ତ ଜେନା ୩୦ରନ୍ ସଂଗ୍ରହ କରିଥିଲେ।ପ୍ରତିପକ୍ଷ ବୋଲର ପ୍ରଶନଜିତ୍ ସେଠୀ ୨ଟି ଉଇକେଟ ନେଇଥିଲେ।ଏଣୁ ସୋଲାରକୁ ହରାଇ ଭୁବନେଶ୍ୱର ଏକାଦଶ ଫାଇନାଲରେ ପ୍ରବେଶ କରିଛି।ଶୁଭମ ଶତ୍ରୁଜିତ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ନିର୍ମଳ ମିଶ୍ର ଓ ସତେନ୍ଦ୍ର ମୋହନ ମହାନ୍ତି ଅମ୍ପେୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ।ସ୍କୋର ବୋର୍ଡରେ ରୋଶନଜିତ ରାୟ ଓ ଆଲୋକ କୁମାର ଜେନା ସହାୟତା କରିଥିଲେ।ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ହେଲ୍ପଲାଇନ ସଭାପତି ଅକ୍ଷୟ କୁମାର ସାହୁ ଓ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଆସନ୍ତା କାଲି ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ଓ କଟକର ବିଡାନାସୀ କ୍ରିକେଟ ଏକାଡେମୀ ପରସ୍ପରକୁ ଭେଟିବେ ବୋଲି କ୍ରିକେଟ କ୍ଲବ ସମ୍ପାଦକ ଅକ୍ଷୟ କୁମାର ବେହେରା ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ