ସର୍ବଭାରତୀୟ ନିମାପଡ଼ା କପ୍ ଇଷ୍ଟକୋଷ୍ଟ ସେମି ରେ

ନିମାପଡା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ଚାଲିଥିବା ୧୪ତମ ସର୍ବଭାରତୀୟ ନିମାପଡ଼ା କପ କ୍ରିକେଟର ପଞ୍ଚମ ଦିବସରେ ପରସ୍ପରକୁ ଭେଟିଥିଲେ କୋଲକାତାର ଖଡ଼ଗପୁର ଓ ଇଷ୍ଟ କୋଷ୍ଟ ରେଲୱେ।ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ଇଷ୍ଟ କୋଷ୍ଟ ପଡିଆକୁ ଓହ୍ଲାଇ ନିର୍ଧାରିତ ଓଭରରେ ୭ଉଇକେଟ ହରାଇ ୩୦୩ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ଅଙ୍କିତ୍ ଯାଦବ ୧୨୬ରନ୍ ଓ ଅଭିଷେକ ଯାଦବ ୧୦୦ରନ୍ କରିଥିଲେ।ପ୍ରତିପକ୍ଷ ବୋଲର ସମ୍ବିତ୍ ନାୟକ ୩ଟି ଉଇକେଟ ନେଇଥିଲେ।ଜବାବରେ ଖଡ଼ଗପୁର ନିର୍ଧାରିତ ଓଭରରେ ୮ଟି ଉଇକେଟ ହରାଇ ୨୧୦ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲା।ଦଳ ପକ୍ଷରୁ ଲିଙ୍ଗମ ପ୍ରଦୀପ ୫୨ରନ୍,ଅମିତ ନାୟକ ଓ ସମ୍ବିତ ନାଗ ପ୍ରତ୍ୟେକ ୪୪ରନ୍ ଲେଖାଏଁ ସଂଗ୍ରହ କରିଥିଲେ।ପ୍ରତିପକ୍ଷ ବୋଲର ରାକେଶ ମହାନ୍ତି ୨୨ରନ୍ ଦେଇ ୪ଟି ଓ ଅଭିଷେକ ଯାଦବ ୩୫ ରନ୍ ଦେଇ ୨ଟି ଉଇକେଟ ନେଇଥିଲେ।ଖଡ଼ଗପୁରକୁ ୯୩ରନରେ ହରାଇ ଇଷ୍ଟ କୋଷ୍ଟ ସେମିଫାଇନାଲରେ ପ୍ରବେଶ କରିଛି।ଅଭିଷେକ ଯାଦବ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଅଭିନନ୍ଦନ ପାତ୍ର ଓ ଚନ୍ଦ୍ରମୋହନ ବରାଳ ଅମ୍ପେୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ।ସ୍କୋର ବୋର୍ଡରେ ରୋଶନଜିତ୍ ରାୟ ଓ ଆଲୋକ ଜେନା ସହାୟତା କରିଥିଲେ।ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ଦାସ, ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ,ସୁଧୀର ରଞ୍ଜନ ଦାଶ,ସନ୍ତୋଷ କୁମାର ଓଝା ଓ ରାଜକିଶୋର ସାହୁଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।ଆସନ୍ତା କାଲି ଇଷ୍ଟକୋଷ୍ଟ ରେଲୱେ ଓ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ପରସ୍ପରକୁ ଭେଟିବେ ବୋଲି କ୍ରିକେଟ ସମ୍ପାଦକ ଅକ୍ଷୟ କୁମାର ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ