ସର୍ବଭାରତୀୟ ନିମାପଡ଼ା କପ୍ ଇଷ୍ଟକୋଷ୍ଟ ରେଲୱେ ଚମ୍ପିୟାନ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ଚାଲିଥିବା ୧୪ତମ ସର୍ବଭାରତୀୟ ନିମାପଡ଼ା କପ କ୍ରିକେଟର ଫାଇନାଲ ମ୍ୟାଚରେ ବିଜୟୀ ହୋଇ ଇଷ୍ଟକୋଷ୍ଟ ରେଲୱେ ଚଳିତ ବର୍ଷ ର ଚମ୍ପିୟାନ ହୋଇଛି। ଆଜି ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଭୁବନେଶ୍ୱର ଏକାଦଶ ଓ ଇଷ୍ଟକୋଷ୍ଟ ରେଲୱେ।ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ଇଷ୍ଟ କୋଷ୍ଟ ପଡିଆକୁ ଓହ୍ଲାଇ ନିର୍ଧାରିତ ୩୦ଓଭରରେ ୮ଉଇକେଟ ହରାଇ ୨୨୭ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ସମ୍ବିତ ସାହୁ ୬୬ରନ ଓ ଗିରିଜା ରାଉତ୬୩ରନ୍ କରିଥିଲେ।ପ୍ରତିପକ୍ଷ ବୋଲର ପ୍ରତୀକ ଦାଶ ୩ଟି ଓ ଅଙ୍କିତ ପଟ୍ଟନାୟକ ୨ଟି ଉଇକେଟ ନେଇଥିଲେ।ଜବାବରେ ଭୁବନେଶ୍ୱର ଏକାଦଶ ନିର୍ଦ୍ଧାରିତ ଓଭର ମଧ୍ୟରୁ ୨୮.୧ଓଭରରେ ସମସ୍ତ ଉଇକେଟ ହରାଇ ୧୭୭ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲା।ଦଳ ପକ୍ଷରୁ ପ୍ରତୀକ ଦାଶ ୬୫ରନ୍ ଓ ଶୁଭମ ଶର୍ମା ୨୫ରନ୍ ସଂଗ୍ରହ କରିଥିଲେ। ବିଜୟୀ ଦଳ ର ବୋଲର ଅଙ୍କିତ ଯାଦବ ୩ଟି ଓ ଅଭିଷେକ ଯାଦବ ୩ଟି ଉଇକେଟ ନେଇଥିଲେ।ସମ୍ବିତ ସାହୁ ମ୍ୟାନ ଅଫ ଦି ମ୍ୟାଚ ଓ ଅଭିଷେକ ଯାଦବ ମ୍ୟାନ ଅଫ ଦି ସିରିଜ ହୋଇଥିଲେ।ଅଙ୍କିତ ଯାଦବ ବେଷ୍ଟ ବ୍ୟାଟସ୍ ମ୍ୟାନ, ରାକେଶ ମହାନ୍ତି ବେଷ୍ଟ ବୋଲର, ଆଲୋକ ଜେନା ବେଷ୍ଟ ଫିଲଡର ଭାବେ ପୁରସ୍କୃତ ହୋଇଥିଲେ। ନିର୍ମଳ ମିଶ୍ର ଓ ସମ୍ବିତ ପଟନାୟକ ଅମ୍ପେୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି,କୋଷାଧ୍ୟକ୍ଷ ବିକାଶ ଚନ୍ଦ୍ର ପ୍ରଧାନ,ଗୋପବନ୍ଧୁ ପଣ୍ଡା, ଆଥଲେଟିକ ଆସୋସିଏସନ୍ ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ଅଭିନେତ୍ରୀ ଭୂମିକା ଦାଶ, ପୂର୍ଣ୍ଣଚନ୍ଦ୍ର ସାହୁ, ଆୟୋଜକ କ୍ଲବ ର ପରିଚାଳକ ଅକ୍ଷୟ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ଓ କୃତୀ ଦଳ କୁ ପୁରସ୍କାର ପ୍ରଦାନ କରିଥିଲେ।ଚମ୍ପିୟାନ ଦଳ ଇଷ୍ଟ କୋଷ୍ଟକୁ ନଗଦ ୪୧ ହଜାର ୧୧୧ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ୍ ଏକାଦଶକୁ ୨୫ ହଜାର ୧୧୧ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ