ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ;ଜାମସେଦପୁରକୁ ହରାଇ ସେମିରେ ବରହମପୁର

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ପୁଲ ବି ର ଦ୍ୱିତୀୟ କ୍ୱାଟରଫାଇନାଲ ମ୍ୟାଚରେ ଇଳେଭେନଥ ଫର ବରହମପୁର ଜମାସେଦପୁର ସ୍ପୋର୍ଟସକୁ ୬ଉଇକେଟରେ ପରାସ୍ତକରି ସେମିଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ଟସ୍‌ଜିତି ବରହମପୁର ଜାମସେଦପୁରକୁ ବ୍ୟାଟିଂ କରିବାପାଇଁ ଆମନ୍ତ୍ରଣ କରିଥିଲା । ଜାମସେଦପୁର ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୭୯ରନ କରିବାକୁ ସମର୍ଥ ହୋଇଥିଲା । ବରହମପୁରର ଆକ୍ରମ ଖାଁ ୪ଓଭରରେ ମାତ୍ର ୯ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ । ୮୦ରନର ବିଜୟ ଲକ୍ଷନେଇ ଦ୍ୱିତୀୟରେ ପଡିଆକୁ ଓହ୍ଲାଇଥିବା ବରହମପୁର ମାତ୍ର ୧୩.୨ଓଭରରେ ମାତ୍ର ୪ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ଦଳ ପକ୍ଷରୁ ଇଶ୍ୱର ପ୍ରସାଦ ସର୍ବାଧିକ ୩୦ରନ ସଂଗ୍ରହ କରିଥିଲେ । ପଦ୍ମନାଭ ସାମଲ ଓ ରଞ୍ଜନ ମହାନ୍ତି ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ଗଣେଶ କୁଅଁର ଓ ଦେବେନ୍ଦ୍ର ମହଲା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଜ୍ଞାନ ରଞ୍ଜନ ଘଡେଇ ଓ ଦେବାଶିଷ ଚକ୍ରବର୍ତ୍ତୀ ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ହଜାର ହଜାର ଦର୍ଶକଏହି ଖେଳକୁ ଉପଭୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଷ୍ଣୁପ୍ରୀୟା ବାଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାସ, ମଠ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ମହାରଣା, ଯୁବପରିଷଦର ସଭାପତି ଚିନ୍ମୟ ନାୟକ, କୋଷାଧ୍ୟକ୍ଷ ଅମୀୟ ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ବରହମପୁରର ଆକ୍ରାମ ଖାଁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ବଳରାମ ଜେନା, ଦେବାଶିଷ ବାରିକ, ହାଡିବନ୍ଧୁ ଭୂୟାଁ, ଗଣେଶ ଜେନା, ମାନସ ଜେନା, ସିପୁ ଜେନା, ତତ୍ୱାନନ୍ଦ ମୁଦୁଲି, ବିଦ୍ୟାଧର ମୁଦୁଲି, ଏମ.ଡି. ବାବୁ, ସ୍ୱାତିଶ ସାମଲ, ପ୍ରଦ୍ୟୁମ୍ନ ରାଉତ, ଭିକି ଜେନା, କାହ୍ନା ଜେନା, କାହ୍ନା ସେଠୀ, ପ୍ରତାପ ଦେବତା, ମାନସ ଜେନା, ବଳରାମ ନାୟକ, ଆଶିଷ ଦ୍ୱିବେଦୀ, ସୁନିଲ ଜେନା ପ୍ରମୁଖ ଆଞ୍ଚଳିକ ଯୁବ ପରିଷଦର ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ଗ୍ରୁପ ବି ର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଟାଟା ସ୍ପୋର୍ଟସ ଜାମସେଦପୁର ଓ ଇଳେଭେନନ୍ଥ ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ