ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ ୨୦୨୧

ହାଟଡିହି, (ବିକାଶ ବିଶ୍ୱାଳ):ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ମଠ କପୁଣ୍ଡି ମିନି ଷ୍ଟାଡିୟମ ଠାରେ ୨୦୨୧ର ୫ମ ବାର୍ଷିକ ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚରେ ଛତିଶଗଡ ଫରେଷ୍ଟ ଚରମ୍ପା ଏକାଡେମୀ ଭଦ୍ରକକୁ ୭୮ରନରେ ପରାସ୍ତ କରି ଚମ୍ପିୟନ ହୋଇଛି । କରୋନା କଟକଣା ଯୋଗୁଁ ୨୦୨୧ର ଫାଇନାଲ ମ୍ୟାଚ ହୋଇ ପାରି ନଥିବାରୁ ଆଜି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସଜିତି ଚରମ୍ପା ଏକାଡେମୀ ଭଦ୍ରକ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ଛତିଶଗଡ ଫରେଷ୍ଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୨୩୪ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବୈଭବ ପାଣ୍ଡେ ସର୍ବାଧିକ ୫୬ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଚରମ୍ପା ଏକାଡେମୀ ଭଦ୍ରକ ମାତ୍ର ୧୩ଓଭରରେ ୬୧ରନ କରିବାକୁ ସମର୍ଥ ହୋଇଥିଲା । ଛତିଶଗଡ ଫରେଷ୍ଟର ଦୀପକ ଯାଦବ ୩ଓଭରରେ ୧୨ରନ ଦେଇ ୫ଟି ଉଇକେଟ ଅକ୍ତିଆର କରିଥିଲେ । ଅମ୍ପାୟାର ଭାବେ ଶାନ୍ତନୁ କୁମାର ରାଉତ, ପଦ୍ମନାଭ ସାମଲ ଖେଳ ପରିଚାଳନା କରିଥିଲାବେଳେ ଜ୍ୟୋତି ରଞ୍ଜନ ଜେନା ଓ ରଶ୍ମୀରଞ୍ଜନ ବେହେରା, ଏମ.ଡି ବାବୁ, ସୀତାରାମ ଜେନା ସ୍କୋରର ଓ ସଞ୍ଜୟ ମଜମୁଦାର, ଆଜାର ଉଦ୍ଦିନ, ପ୍ରଶାନ୍ତ ପଟ୍ଟନାୟକ ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଛତିଶଗଡ ଫରେଷ୍ଟର ଦୀପକ ଯାଦବଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ ଭାବେ ବିବେଚନା କରାଯାଇ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ନନ୍ଦିପଦା ଥାନା ଆଇଆଇସି ଗଗନ ବିଶ୍ୱାଳ, ହାଟଡିହିର ସମ୍ବାଦ ଓ କନକ ନିଉଜ ପ୍ରତିନିଧି କିଶୋର ଆଚାର୍ଯ୍ୟ, ବଡରମ୍ପାସ ସରପଞ୍ଚ ରବିନ୍ଦ୍ର କୁମାର ଜେନା, ଗେଡମା ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କାଣ୍ଡି, ଆଞ୍ଚଳିକ ଯୁବ ପରିଷଦର ସଭାପତି ତଥା ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ । ମନୋଜ ପାତ୍ର, ଗଣେଶ କୁଅଁର, ଦାଶରଥି ଦେବତା,ପ୍ରଫୁଲ ସ୍ୱାଇଁ, ଉପଦେ୍ଦଷ୍ଟା ଧବଳେଶ୍ୱର ପଟ୍ଟନାୟକ, ବଳରାମ ଜେନା, ଅମିୟ ରଞ୍ଜନ ନାୟକ, ନିରାକାର ଜେନା, ଦେବାଶିଷ ବାରିକ, ସନ୍ଦୀପ ଜେନା, ସୁଶାନ୍ତ ଜେନା, ବିଜୟ ବଲ୍ଲିକ, ସକ୍ରୀୟ ସଦସ୍ୟ ମାନସ ଜେନା, ବିପିନି ଜେନା, ରବିନ୍ଦ୍ର କୁଅଁର, ହାଡିବନ୍ଧୁ ଭୁୟାଁ, ପଙ୍କଜ ଗୁପ୍ତା, ଭଗବାନ ନାୟକ, ଭଗବାନ ନାୟକ, ଅଜୟ କୁମାର ଜେନା, ଟୁକୁ ପଢ଼ିଆରୀ, ଜିତୁନ ଧଳ, ଅନନ୍ତ କୁଅଁର, ପ୍ରଦୀପ ଜେନା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ