ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ

ହାଟଡିହି, (ବିକାଶ ବିଶ୍ୱାଳ):ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ମଠ କପୁଣ୍ଡି ମିନି ଷ୍ଟାଡିୟମ ଠାରେ ଚାଲିଥିବା ୬ଷ୍ଠ ବାର୍ଷିକ ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ରାଉଣ୍ଡର ପ୍ରଥମ ମ୍ୟାଚରେ ରାଇଜିଂ ଷ୍ଟାର କଟକ ଟାଟା ଲିଓ ଷ୍ପୋର୍ଟସକୁ ୭ଉଇକେଟରେ ପରାସ୍ତକରି ସେମିଫାନାଲରେ ପ୍ରବେଶ କରିଛି । ପ୍ରଥମେ ଟସଜିତି ଟାଟା ଲିଓ ଷ୍ପୋର୍ଟସ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ଓଭର ମଧ୍ୟରେ ସମସ୍ତ ଉଇକେଟ ହରାଇ ମାତ୍ର ୭୦ରନ ସଂଗ୍ରହ କରିଥିଲା । ଏହାର ଜବାବରେ ରାଇଜିଂ ଷ୍ଟାର କଟକ ୧୨ଓଭରରେ ୩ଉଇକେଟ ହରାଇ ୭୪ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ବିଳ୍ପବ ସାମନ୍ତରାୟ ୧୯ରନ ସଂଗ୍ରହ କରିଥିଲେ । ଅମ୍ପାୟାର ଭାବେ ଲଲାଟ କେଶରୀ ନନ୍ଦ, ରଞ୍ଜନ କୁମାର ମହାନ୍ତି ଖେଳ ପରିଚାଳନା କରିଥିଲାବେଳେ ଜ୍ୟୋତି ରଞ୍ଜନ ଜେନା ଓ ରଶ୍ମୀରଞ୍ଜନ ବେହେରା ସ୍କୋରର ଓ ତପନ ମଜମୁଦାର ଓ ଆଜାରଉଦ୍ଦିନ ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ରାଇଜିଂ ଷ୍ଟାର କଟକର ବିପଳ୍ୱ ସାମନ୍ତରାୟଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚନା କରାଯାଇ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ସମାଜସେବୀ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିବାବେଳେ ଅନ୍ୟତମ ଅତିଥି ଭାବେ ବ୍ଲକ ବିଜେଡି ସଭାପତି ତଥା ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ବରିଷ୍ଠ ବିଜେଡି ନେତା ବିଶ୍ୱନାଥ ନାୟକ ପ୍ରମୁଖ ଯୋଗଦେଇଥିଲେ । ଯୁବ ପରିଷଦର ସଭାପତି ତଥା ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର, ମନୋଜ ପାତ୍ର, ଗଣେଶ କୁଅଁର, ଦାଶରଥି ଦେବତା,ପ୍ରଫୁଲ ସ୍ୱାଇଁ, ଉପଦ୍ଦେଷ୍ଟା ଧବଳେଶ୍ୱର ପଟ୍ଟନାୟକ, ବଳରାମ ଜେନା, ଅମିୟ ରଞ୍ଜନ ନାୟକ, ନିରାକାର ଜେନା, ଦେବାଶିଷ ବାରିକ, ସନ୍ଦୀପ ଜେନା, ସୁଶାନ୍ତ ଜେନା, ବିଜୟ ବଲ୍ଲିକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି । ଆସନ୍ତାକାଲି ୟୁନାଇଟେଡ ବ୍ରହ୍ମପୁର ଓ ସାଉଥ ଇଷ୍ଟ ରେଲୱ ବୋକାରୋ ମଧ୍ୟରେ ଦ୍ୱିତୀୟ କ୍ୱାଟରଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ