ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ, ଟୁର୍ଣ୍ଣାମେଣ୍ଟ, ୟୁନାଇଟେଡ ବରହମପୁର ଚମ୍ପିୟନ
ହାଟଡିହି, (ବିକାଶ ବିଶ୍ୱାଳ):ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ମଠ କପୁଣ୍ଡି ମିନି ଷ୍ଟାଡିୟମ ଠାରେ ଚାଲିଥିବା ୬ଷ୍ଠ ବାର୍ଷିକ ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୟୁନାଇଟେଡ ବରହମପୁର ପ୍ରୋଗେସିଭ ଝାରସୁଗୁଡାକୁ ୭୦ରନରେ ପରାସ୍ତ କରି ଚମ୍ପିୟନ ହୋଇଛି । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ୟୁନାଇଟେଡ ଇଲେଭେନ ବରହମପୁର ରାଇଜିଂ ଷ୍ଟାର କଟକକୁ ୪ଉଇକେଟରେ ପରାସ୍ତ କରି ଫାନାଲରେ ପ୍ରବେଶ କରିଛି । ପ୍ରଥମେ ପ୍ରୋଗେସିଭ ଝାରସୁଗୁଡା ଟସଜିତି ୟୁନାଇଟେଡ ଇଲେଭେନ ବରହମପୁରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ୟୁନାଇଟେଡ ଇଲେଭେନ ବରହମପୁର ନିର୍ଦ୍ଧାରିତ ୨୦ଓଭର ମଧ୍ୟରେ ୨୧୯ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଙ୍କିତ ସିଂ ୪୩ଟି ବଲରେ ୫ଟି ଚୌକା ଓ ୧୨ଟି ଛକା ସହିତ ସର୍ବାଧିକ ୨୧୦୫ରନ କରିଥିଲେ । ପ୍ରୋଗ୍ରେସିଭ ଝାରସୁଗୁଡାର ଆଶୁତୋଷ ମାରାଣ୍ଡି ୨୫ରନ ଦେଇ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ପ୍ରୋଗ୍ରେସିଭ ଝାରସୁଗୁଡାର ୧୫.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୪୯ରନ କରିଥିଲା । ଦଳପକ୍ଷରୁ ସୁଜଲ ସିଂ ୩୦ଟି ବଲରେ ସର୍ବାଧିକ ୬୫ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ୟୁନାଇଟେଡ ଇଲେଭେନ ବରହମପୁର ର ଇଲୁ ଗୋଛାୟତ ୧୩ରନ ଦେଇ ୪ଟି ଉଇକେଟ ଅକ୍ତିଆର କରିଥିଲେ । ଅମ୍ପାୟାର ଭାବେ ଶାନ୍ତନୁ କୁମାର ରାଉତ ଓ ସଞ୍ଜିବ ବେହେରା ଖେଳ ପରିଚାଳନା କରିଥିଲାବେଳେ ଜ୍ୟୋତି ରଞ୍ଜନ ଜେନା ରଶ୍ମୀରଞ୍ଜନ ବେହେରା, ଏମ.ଡି ବାବୁ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସୁଧାଶୁଂ ଶେଖର ମହାନ୍ତି, ସଞ୍ଜୟ ମଜମୁଦାର, ଗଣେଶ କୁଅଁର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ବରହମପୁରର ଇଲୁ ଗୋଛାୟତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚନା କରାଯାଇ ପୁରସ୍କୃତ କରାଯାଇଥିବା ବେଳେ ବରହମପୁରର ଅଙ୍କିତ ରାଜଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାୟକ, ରାଜ୍ୟ ଯୁବ ବିଜେଡିର ସାଧାରଣ ସମ୍ପାଦିକା ମିସ ଏଲିନା ଦାସ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପଙ୍କଜ କୁମାର ମହାପାତ୍ର, ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଚିତ୍ତରଞ୍ଜନ ପାତ୍ର, କୋଷାଧ୍ୟକ୍ଷ ମନୋଜ ପାତ୍ର, ପ୍ରଫୁଲ ସ୍ୱାଇଁ, ଉପଦ୍ଦେଷ୍ଟା ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ପ୍ରଦୀପ ଜେନା, ଚିନ୍ମୟ ନାୟକ, ବଳରାମ ଜେନା, ଅମିୟ ରଞ୍ଜନ ନାୟକ, ନିରାକାର ଜେନା, ଦେବାଶିଷ ବାରିକ, ସନ୍ଦୀପ ଜେନା, ସୁଶାନ୍ତ ଜେନା, ବିଜୟ ମଲ୍ଲିକ, ତାରିଣୀ ପ୍ରସାଦ ସେନାପତି, ଶିଶିର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଫାଇନାଲ ମ୍ୟାଚ ଦେଖିବାପାଇଁ ୧୦ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା ।