ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ, ଫାଇନାଲରେ ଛତିଶଗଡ ଫରେଷ୍ଟ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚରେ ଛତିଶଗଡ ଫରେଷ୍ଟ ୟୁନାଇଟେଡ ଇଲେଭେନ ବରହମପୁରକୁ ୫ଉଇକେଟରେ ହରାଇ ପ୍ରଥମଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ୟୁନାଇଟେଡ ଇଲେଭେନ ବରହମପୁର ପ୍ରଥମେ ଟସଜିତି ବ୍ୟାଟିଂ କରିବାପାଇଁ ନିଷ୍ପତି ନେଇ ନିର୍ଦ୍ଧାରିତ ୨୫ଓଭରରେ ୧୬୫ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ପ୍ରବିଣ କୁମାର ସର୍ବାଧିକ ୪୦ ବଲରେ ୩ଟି ଚୌକା ଓ ୫ଟି ଛକା ବଳରେ ୫୬ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଛତିଶଗଡ ଫରେଷ୍ଟ ୨୩.୫ ଓଭରରେ ୫ ଉଇକେଟ ହରାଇ ୧୬୭ରନ ସଂଗ୍ରହ କରିନେଇ ବିଜୟୀ ହୋଇଥିଲା । ଦଳପକ୍ଷରୁ ମନୋଜ ସିଂହ ୫୦ବଲରେ ୬ଟି ଚୌକା ଓ ୪ଟି ଛକା ବଳରେ ୬୯ରନ ସଂଗ୍ରହ କରି ଦଳର ବିଜୟରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ । ଛତିଶଗଡ ଫରେଷ୍ଟର ମନୋଜ ସିଂହଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଶାନ୍ତନୁ କୁମାର ରାଉତ ଓ ସଞ୍ଜିୀବ ବେହେରା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ପ୍ରତାପ ଦେବତା, ମଣ୍ଟୁ ଜେନା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଜ୍ଞାନରଞ୍ଜନ ମହାନ୍ତି , ଗଣେଶ କୁଅଁର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଆଞ୍ଚଳିକ ଯୁବ ପରିଷଦର ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର, ଅମୀୟ ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଛତିଶଗଡର ମନୋଜ ସିଂହଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ବରିଷ୍ଠ କର୍ମକତ୍ତା ଧବଳେଶ୍ୱର ପଟ୍ଟନାୟକ, ବଳରାମ ଜେନା, ଦେବାଶିଷ ବାରିକ, ମାନସ ଜେନା, ପ୍ରଦୀପ ଜେନା, ଭଗବାନ ନାୟକ, ଚାନ୍ଦିଆ ମୁଦୁଲି, ବିପିନି ଯେନା, ବିଜୟ ମଲ୍ଲି. ସୌମ୍ୟ ନାୟକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ୟୁଏଣ୍ଡ ମି ବାଲେଶ୍ୱର ଓ ପ୍ରଗତୀସ୍ପୋଟିଂ ଭୁବନେଶ୍ୱର ମଧ୍ୟରେ ପୁଲ ‘ବି’ ର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ