ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ

ହାଟଡ଼ିହି, : ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ପୁଲ ‘ବି’ର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ ୟୁଏଣ୍ଡ ମି ବାଲେଶ୍ୱର ସହିଦସ୍ପୋଟିଂ ଭୁବନେଶ୍ୱରକୁ ୨ଉଇକେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ୟୁ ଏଣ୍ଡ ମି ବାଲେଶ୍ୱର ପ୍ରଥମେ ଟସଜିତି ବ୍ୟାଟିଂ କରିବାପାଇଁ ସହିଦସ୍ପୋଟିଂକୁ ଆମନ୍ତ୍ରଣ କରିଥିଲା । ସହିଦସ୍ପୋଟିଂ ଭୁବନେଦଶ୍ୱର ନିର୍ଦ୍ଧାରିତ ୨୫ଓଭରରେ ମାତ୍ର ୭୨ରନ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ସୁମନ ଦାସ ୨୩ବଲରେ ୩୧ରନ ସଂଗ୍ରହ କରିଥିଲେ । ୟୁଏଣ୍ଡମି ବାଲେଶ୍ୱରର ବିଶାଳ ଦାସ ୩ଓଭରରେ ୫ରନ ଦେଇ ୪ଗୋଟି ଉଇକେଟ ଅକ୍ତିଆର କରିଥିଲେ । ମାତ୍ର ୭୩ରନର ବିଜୟ ଲକ୍ଷନେଇ ପଡିଆକୁ ଓହ୍ଲାଇଥିବା ୟୁଏଣ୍ଡମି ପ୍ରାରମ୍ଭରୁ ମାତ୍ର ୫ରନରେ ୩ଗୋଟି ଉଇକେଟ ହରାଇ ସଙ୍କଟରେ ପଡିଥିବାବେଳେ ରୋନାଲ୍ଡ ଦାସଙ୍କ ଧର୍ଯ୍ୟପୁର୍ଣ୍ଣ ୩୪ରନ ବଳରେ ୨୧.୪ଓଭରରେ ୮ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିପାରିଥିଲା । ୟୁଏଣ୍ଡମି ବାଲେଶ୍ୱରର ବିଶାଳ ଦାଶଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଲଲାଟ କେଶରୀ ନନ୍ଦ ଓ ରଞ୍ଜନ ମହାନ୍ତି ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ପ୍ରତାପ ଦେବତା, ଭଗବାନ ନାୟକ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଜ୍ଞାନରଞ୍ଜନ ମହାନ୍ତି , ସଞ୍ଜୟ ମଜମୁଦାର, ସୁଧାଶୁଂ ଶେଖର ମହାନ୍ତି, ଗଣେଶ କୁଅଁର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ସେଣ୍ଟ ଜାଭିୟର ହାଇସ୍କୁଲର ସଭାପତି ଉଦୟନାଥ କର, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ନନ୍ଦିପଦା ଥାନା ଅଧିକାରୀ ପରେଶ ମହାନ୍ତି, ସମାଜସେବୀ ସତିଶ ଜାଦବ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ । ଆଞ୍ଚଳିକ ଯୁବ ପରିଷଦର ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର, ଅମୀୟ ରଞ୍ଜନ ନାୟକ ବରିଷ୍ଠ କର୍ମକତ୍ତା ଧବଳେଶ୍ୱର ପଟ୍ଟନାୟକ, ବଳରାମ ଜେନା, ଦେବାଶିଷ ବାରିକ, ମାନସ ଜେନା, ପ୍ରଦୀପ ଜେନା, ଭଗବାନ ନାୟକ, ଚାନ୍ଦିଆ ମୁଦୁଲି, ବିପିନି ଯେନା, ବିଜୟ ମଲ୍ଲିକ, ସୌମ୍ୟ ନାୟ. ହାଡିବନ୍ଧୁ ଭୂୟାଁ, ମହିମା ବାରିକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ବୋକାରୋ ସ୍ପୋଟିଂ ଝାଡଖଣ୍ଡ ଓ ସ୍ପୋର୍ଟସ ଆସୋସିଏସନ ରାଉରକେଲା ମଧ୍ୟରେ ପୁଲ ‘ବି’ ର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ