ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ, ଚରମ୍ପା ଏକାଡେମୀ ସେମିରେ
ହାଟଡ଼ିହି, : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ପୁଲ ‘ବି’ର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଚରମ୍ପା ଏକାଡେମୀ ଭଦ୍ରକ ସେରସା ବୋକାରେ ସ୍ପୋଟିଂ ଝାଡଖଣ୍ଡକୁ ୧ରନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ବୋକାରେ ଝାଡଖଣ୍ଡ ପ୍ରଥମେ ଟସଜିତି ଫିଲ୍ଡିଙ୍ଗ କରିବାପାଇଁ ନିଷ୍ପତି ନେଇ ଚରମ୍ପା ଏକାଡେମି ଭଦ୍ରକକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଚରମ୍ପା ଏକାଡେମୀ ଭଦ୍ରକ ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୩୦ରନ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ମୃନ୍ମୟ ତ୍ରିପାଠୀ ୨୧ବଲରେ ୨୮ରନ ସଂଗ୍ରହ କରିଥିଲେ । ବୋକାରୋ ର ସୂର୍ଯ୍ୟନାୟକ ୪ଓଭରରେ ୧୬ରନ ଦେଇ ୪ଗୋଟି ଉଇକେଟ ଅକ୍ତିଆର କରିଥିଲେ । ୧୩ରନର ବିଜୟ ଲକ୍ଷନେଇ ପଡିଆକୁ ଓହ୍ଲାଇଥିବା ସେରସା ସ୍ପୋଟିଂ ବୋକାରୋ ଝାଡଖଣ୍ଡ ୨୦ଓଭରରେ ୯ଉଇକେଟ ହରାଇ ୧୨୯ରନ କରିଥିଲା । ଦଳ ପକ୍ଷରୁ ବିକଶ କୁମାର ୩୦ ବଲରେ ୩୭ ରନ ଅକ୍ତିଆର କରିଥିଲେ । ଚରମ୍ପା ଏକାଡେମୀ ଭଦ୍ରକର ମୃନ୍ମୟ ତ୍ରିପାଠୀଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଲଲାଟ କେଶରୀ ନନ୍ଦ ଓ ପଦ୍ମନାଭ ସାମଲ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ଭଗବାନ ମୁଦୁଲୀ, ମହମଦ୍ ବାବୁ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଜ୍ଞାନରଞ୍ଜନ ଘଡେଇ, ଗଣେଶ କୁଅଁର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଗୋପାଳ କୃଷ୍ଣ ରାଉତ୍ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ । ଆଞ୍ଚଳିକ ଯୁବ ପରିଷଦର ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର, ଅମୀୟ ରଞ୍ଜନ ନାୟକ ବରିଷ୍ଠ କର୍ମକତ୍ତା ଧବଳେଶ୍ୱର ପଟ୍ଟନାୟକ, ବଳରାମ ଜେନା, ଦେବାଶିଷ ବାରିକ, ମାନସ ଜେନା, ପ୍ରଦୀପ ଜେନା, ଭଗବାନ ନାୟକ, ଚାନ୍ଦିଆ ମୁଦୁଲି, ବିପିନି ଯେନା, ବିଜୟ ମଲ୍ଲିକ, ସୌମ୍ୟ ନାୟ. ହାଡିବନ୍ଧୁ ଭୂୟାଁ, ମହିମା ବାରିକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ୟୁ ଏଣ୍ଡ ମି ବାଲେଶ୍ୱର ଓ ଚରମ୍ପା ଏକାଡେମୀ ଭଦ୍ରକ ମଧ୍ୟରେ ପୁଲ ‘ବି’ ର ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।