ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ, ଫାଇନାଲରେ ଚରମ୍ପା ଏକାଡେମୀ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ପୁଲ ‘ବି’ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଚରମ୍ପା ଏକାଡେମୀ ଭଦ୍ରକ ୟୁ ଏଣ୍ଡ ମି ବାଲେଶ୍ୱରକୁ ୧୧ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ୟୁ ଏଣ୍ଡ ମି ବାଲେଶ୍ୱର ପ୍ରଥମେ ଟସଜିତି ଫିଲ୍ଡିଙ୍ଗ କରିବାପାଇଁ ନିଷ୍ପତି ନେଇ ଚରମ୍ପା ଏକାଡେମି ଭଦ୍ରକକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଚରମ୍ପା ଏକାଡେମୀ ଭଦ୍ରକ ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୧୮ରନ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ମାନସ ସାହୁ ୫୭ବଲରେ ୩ଟି ଚୌକା ଓ ୨ଟି ଛକ୍କା ସହାୟତାରେ ୪୩ରନ ସଂଗ୍ରହ କରିଥିଲେ । ବାଲେଶ୍ୱରର ନଜରୁଲ ଖାଁ ୪ଓଭରରେ ୧୨ରନ ଦେଇ ୨ଗୋଟି ଉଇକେଟ ଅକ୍ତିଆର କରିଥିଲେ । ୧୧୯ନର ବିଜୟ ଲକ୍ଷନେଇ ପଡିଆକୁ ଓହ୍ଲାଇଥିବା ୟୁ.ଏଣ୍ଡ ମି ବାଲେଶ୍ୱର ୨୦ଓଭରରେ ୮ଉଇକେଟ ହରାଇ ୧୦୭ରନ କରିଥିଲା । ଦଳ ପକ୍ଷରୁ ଦେବାଶିଷ ମହାନ୍ତି ୪୧ ବଲରେ ୩୦ ରନ କରିଥିଲେ । ଚରମ୍ପା ଏକାଡେମୀ ଭଦ୍ରକର ମାନସ ସାହୁଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଶାନ୍ତନୁ ରାଉତ ଓ ଲଲାଟ କେଶରୀ ନନ୍ଦ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ଭଗବାନ ନାୟକ, ପ୍ରତାପ ଦେବତା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସୁଧାଶୁଂ ନାୟକ, ସଞ୍ଜୟ ମଜମୁଦାର ଓ ଗଣେଶ କୁଅଁର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ପଙ୍କଜ ମହାପାତ୍ର ଓ ସମାଜସେବୀ ଚିନ୍ମୟ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ । ଆଞ୍ଚଳିକ ଯୁବ ପରିଷଦର ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର, ଅମୀୟ ରଞ୍ଜନ ନାୟକ ବରିଷ୍ଠ କର୍ମକତ୍ତା ଧବଳେଶ୍ୱର ପଟ୍ଟନାୟକ, ବଳରାମ ଜେନା, ଦେବାଶିଷ ବାରିକ, ମାନସ ଜେନା, ପ୍ରଦୀପ ଜେନା, ଭଗବାନ ନାୟକ, ଚାନ୍ଦିଆ ମୁଦୁଲି, ବିପିନି ଯେନା, ବିଜୟ ମଲ୍ଲିକ, ସୌମ୍ୟ ନାୟକ. ହାଡିବନ୍ଧୁ ଭୂୟାଁ, ମହିମା ବାରିକ, ଏମ.ଡି. ବାବୁ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୧୨ତାରିଖରେ ଛତିଶଗଡ ଫରେଷ୍ଟ ଓ ଚରମ୍ପା ଏକାଡେମୀ ମଧ୍ୟରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ