ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ, ଛତିଶଗଡ ଫରେଷ୍ଟକୁ ହରାଇ ଚରମ୍ପା ଏକାଡେମୀ ଭଦ୍ରକ ଚମ୍ପିୟନ
ହାଟଡ଼ିହି : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ଚରମ୍ପା ଏକାଡେମୀ ଭଦ୍ରକ ଛତିଶଗଡ ଫରେଷ୍ଟକୁ ୨ଉଇକେଟରେ ପରାସ୍ତକରି ଚମ୍ପିୟନ ହୋଇଛି । ପ୍ରଥମେ ଟସଜିତି ଛତିଶଗଡ ଫରେଷ୍ଟ ବ୍ୟାଟିଂ କରିବାପାଇଁ ନିଷ୍ପତି ନେଇ ନିର୍ଦ୍ଧାରିତ ୨୫ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୬୦ରନ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ କୁମାର କରଣ ୩୧ବଲରେ ୪ଟି ଚୌକା ଓ ୩ଟି ଛକ୍କା ସହାୟତାରେ ୪୪ରନ ସଂଗ୍ରହ କରିଥିଲେ । ଚରମ୍ପା ଏକାଡେମୀର ପ୍ରଣବ ଦାସ ୫ଓଭରରେ ୩୩ରନ ଦେଇ ୪ଗୋଟି ଉଇକେଟ ଅକ୍ତିଆର କରିଥିଲେ । ୧୬୧ରନର ବିଜୟ ଲକ୍ଷନେଇ ପଡିଆକୁ ଓହ୍ଲାଇଥିବା ଚରମ୍ପା ଏକାଡମୀ ୨୩.୧ଓଭରରେ ୮ଉଇକେଟ ହରାଇ ୧୬୫ରନ କରି ସହଜ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ବିଷ୍ଣୁ ସାଗର ବାରିକ ୫୫ ବଲରେ ୩ଟି ଚୌକା ଓ ୭ଟି ଛକ୍କା ବଳରେ ସର୍ବାଧିକ ୬୮ରନ କରିଥିଲେ । ଶାନ୍ତନୁ ରାଉତ ଓ ସଞ୍ଜିବ ବେହେରା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, କାହ୍ନା ଜେନା, ମଣ୍ଟୁ ଜେନା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସୁଧାଶୁଂ ନାୟକ, ସଞ୍ଜୟ ମଜମୁଦାର ଓ ଗଣେଶ କୁଅଁର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ଚରମ୍ପା ଏକାଡେମୀ ଭଦ୍ରକର ବିଷ୍ଣୁ ସାଗର ବାରିକଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ଛତିଶଗଡ ଫରେଷ୍ଟର ମନୋଜ ସିଂଙ୍କୁ ମ୍ୟାନ ଅଫ ଦ ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ଛତିଶଗଡର କୁମାର କରଣ ଓ ବେଷ୍ଟ ବୋଲର ଭାବେ ଚରମ୍ପାର ପ୍ରଣବ ଦାସଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥିଭାବେ ଯେଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଆଞ୍ଚଳିକ ଯୁବ ପରିଷଦର ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ଚମ୍ପିନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ । ଆଜିର ଖେଳରେ ୧୫ହଜାରରୁ ଉର୍ଦ୍ଧ ଦର୍ଶକ ମନଭରି ଏହି ଖେଳକୁ ଉପଭୋଗ କରିଥିଲେ । ବରିଷ୍ଠ କର୍ମକତ୍ତା, ଅମୀୟ ରଞ୍ଜନ ନାୟକ ଧବଳେଶ୍ୱର ପଟ୍ଟନାୟକ, ବଳରାମ ଜେନା, ଦେବାଶିଷ ବାରିକ, ମାନସ ଜେନା, ପ୍ରଦୀପ ଜେନା, ଭଗବାନ ନାୟକ, ଚାନ୍ଦିଆ ମୁଦୁଲି, ବିପିନି ଯେନା, ବିଜୟ ମଲ୍ଲିକ, ସୌମ୍ୟ ନାୟକ. ହାଡିବନ୍ଧୁ ଭୂୟାଁ, ମହିମା ବାରିକ, ଏମ.ଡି. ବାବୁ , ପ୍ରଫୁଲ ସ୍ୱାଇଁ, ବିଦ୍ୟାଧର ମୁଦୁଲି ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।