ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ;ପଞ୍ଚଶଖା ପୁରୀକୁ ହରାଇ ୟୁ ଆଣ୍ଡ ମି ବାଲେଶ୍ୱର ସେମିରେ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ କ୍ୱାଟରଫାଇନାଲ ମ୍ୟାଚରେ ପଞ୍ଚଶଖା କ୍ରିକେଟ ଏକାଡେମୀକୁ ୭ରନରେ ହରାଇ ୟୁ. ଆଣ୍ଡ ମି ବାଲେଶ୍ୱର ସେମିଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ଟସ୍‌ଜିତି ୟୁ. ଆଣ୍ଡ ମି ବାଲେଶ୍ୱର ବ୍ୟାଟିଂ ନିଷ୍ପତିନେଇ ନିର୍ଦ୍ଧାରିତ ୨୦ଓଭରରେ ୯ଉଇକେଟ ହରାଇ ୧୭୯ରନ କରିଥିଲା । ଦଳପକ୍ଷରୁ ସନ୍ତୋଷ ରାଉତ ୩୨ବଲରେ୫ଟି ଚୌକା ଓ ୫ଟି ଛକା ବଳରେ ୬୩ରନ ସଂଗ୍ରହ କରିଥିଲେ । ୧୮୦ରନର ବିଜୟ ଲକ୍ଷନେଇ ପଡିଆକୁ ଓହ୍ଲାଇଥିବା ପଞ୍ଚଶଖା କ୍ରିକେଟ ଏକାଡେମୀ ପୁରୀ ୨୦ଓଭରରେ ୬ଉଇକେଟ ହରାଇ ୧୭୨ରନ କରିଥିଲା । ଦଳପକ୍ଷରୁ ପ୍ରୀୟରଞ୍ଜନ ୫୬ଟି ବଲରେ ଧର୍ଯ୍ୟପୁର୍ଣ୍ଣ ୭୧ରନ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ । ୟୁ ଆଣ୍ଡ ମି ର ରାଜେଶ ଦାସ ୪ଓଭର ବୋଲିଂ କରି ୨୨ରନ ଦେଇ ୪ଟି ଉଇକେଟ ଅକ୍ତିଆର କରିଥିଲେ । ପଦ୍ମନାଭ ସାମଲ ଓ ଲଲାଟ କେଶରୀ ନନ୍ଦ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ନବୀନ ଜେନା, ପ୍ରତାପ ଦେବତା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଦେବାଶିଷ ଚକ୍ରବର୍ତ୍ତୀ, ଶେଖ ଆଜାହାର ଉଦ୍ଦିନ, ଗଣେଶ କୁଅଁର ଓ ସଞ୍ଜୟ ମଜମୁଦାର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ହଜାର ହଜାର ଦର୍ଶକଏହି ଖେଳକୁ ଉପଭୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଆନନ୍ଦପୁର ମଡେଲ ସ୍କୁଲର ପ୍ରଧାନ ଶିକ୍ଷକ ଦାମୋଦର ଧଡା, ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର, କୋଷାଧ୍ୟକ୍ଷ ଅମୀୟ ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ୟୁ.ଏଣ୍ଡ.ମି ର ରାଜେଶ ଦାସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଧବଳେଶ୍ୱର ପଟ୍ଟନାୟକ, ବଳରାମ ଜେନା, ଭଗବାନ ଜେନା, ଦେବାଶିଷ ବାରିକ, ହାଡିବନ୍ଧୁ ଭୂୟାଁ, ଗଣେଶ ଜେନା, ମାନସ ଜେନା, ସିପୁ ଜେନା, ତତ୍ୱାନନ୍ଦ ମୁଦୁଲି, ବିଦ୍ୟାଧର ମୁଦୁଲି, ଏମ.ଡି. ବାବୁ, ସ୍ୱାତିଶ ସାମଲ, ପ୍ରଦ୍ୟୁମ୍ନ ରାଉତ, ଭିକି ଜେନା, କାହ୍ନା ଜେନା, କାହ୍ନା ସେଠୀ, ମାନସ ଜେନା, ବଳରାମ ନାୟକ, ଆଶିଷ ଦ୍ୱିବେଦୀ, ସୁନିଲ ଜେନା ପ୍ରମୁଖ ଆଞ୍ଚଳିକ ଯୁବ ପରିଷଦର ସଦସ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ଗ୍ରୁପ ଏ ର ପ୍ରଥମ ସେମିଫାଇନାଲ ମ୍ୟାଚ ଛତିଶଗଡ ସ୍ପୋର୍ଟସ ଓ ୟୁ ଆଣ୍ଡ ମି ବାଲେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ